ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ
ଜଗତସିଂହପୁର ଜିଲ୍ଲାର ବାଲିକୁଦା ଠାରେ ବିଜେପି ପକ୍ଷରୁ କେନ୍ଦ୍ର ସରକାରଙ୍କ ବିଶ୍ୱକର୍ମା ଯୋଜନା ର ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଓବିସି ମୋର୍ଚ୍ଚା ର ସଭାପତି ସୁବୋଧ ବାରିକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ବାଲିକୁଦା-ଏରସମା ର ଯୁବନେତା ସତ୍ୟ ସାରଥୀ ମହାନ୍ତି, ରାଜ କିଶୋର ବେହେରା, ସମ୍ପଦ ସ୍ବାଇଁ, କ୍ରିଷ୍ଣା ମହାନ୍ତି, ମୋହିତ ମହାନ୍ତି ପ୍ରମୁଖ ବହୁ ନେତା ଓ କର୍ମୀମାନେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିଶ୍ୱ କର୍ମା ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ । ଏହି ଜନାହିତକର ଯୋଜନା କିପରି ସାଧାରଣ ଲୋକ ଙ୍କ ନିକଟରେ ପହଁଚିବ ଏହି କର୍ମଶାଳା ର ମୁଖ୍ୟ ଲକ୍ଷ ବୋଲି ଅତିଥିମାନେ କହିଛନ୍ତି ।
ଜଗତସିଂହପୁର ରୁ Rita sahoo reporter
