ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ଶ୍ରୀଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ ପରିଭ୍ରମଣ ହୋଇଯାଇଛି
lଗଞ୍ଜାମ,୦୮/୦୧/୨୪):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ପଞ୍ଚାୟତରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ ଆସନ୍ତା ଜନୁୟାରୀ ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ଐତିହାସିକ ଶୁଭ ଅବସରରେ ସମଗ୍ର ରାଜ୍ୟର ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରତ୍ୟେକ ଜନସାଧାରଣଙ୍କୁ ଅଂଶୀଦାର କରିବାର ଲକ୍ଷ୍ୟନେଇ ଶ୍ରୀଜଗନ୍ନାଥ ଅର୍ପଣ ରଥ ସୋମବାର ଠାରୁ ଗାଁ ରୁ ସହର ଯାଏଁ ବୁଲିବା ଆରମ୍ଭ କରିଛି। ଏହି ପରିପେକ୍ଷ୍ୟରେ ଟେଣ୍ଟୁଆପଡ଼ା, ଜକର, ମାଣିକ୍ୟ ପୁର ଓ ଚୈତନ୍ୟ ପ୍ରାସାଦ ଗ୍ରାମ ପରିକ୍ରମା କରାଯାଇଛି lଏହି କାର୍ଯ୍ୟକ୍ରମରେ ଶୁଭଆରମ୍ଭ କରିଥିଲେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିପ୍ଳବ ପାତ୍ର ମୁଖ୍ୟ ଅତିଥି ହୋଇ ଲୋକାର୍ପଣ କରିଥିଲେ l ଜକର ପଂଚାୟତ ର ଏଥିରେ ବିଜେଡି ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ପ୍ରଧାନ, ନିରଞ୍ଜନ ରେଡି,ସରପଞ୍ଚ ରଶ୍ମିତା ପ୍ରଧାନ, ସମିତି ସଭ୍ୟ କାମିନୀ ପ୍ରଧାନ,ଉପାଦକ୍ଷା ସୁକାନ୍ତି ପ୍ରଧାନ, କରପଡା ସରପଞ୍ଚ, S. ଟିକରପଡା ସରପଞ୍ଚ,ସଦେବ ଟିକରପଡା ସରପଞ୍ଚ,ବାସୁଦେବ ପୁର ସରପଞ୍ଚ, ସିଦ୍ଧେଶ୍ଵର ସରପଞ୍ଚ, କରପଡା ସରପଞ୍ଚ,ଜକର ପଂଚାୟତ ସମିତି ସଭ୍ୟ ତ୍ରିପତି ପ୍ରଧାନ, ରାମେଶ୍ୱର ପାଣିଗ୍ରାହୀ, ପଂଚାୟତ ବିଜେଡି ସଭାପତି ସୁକାନ୍ତ ପାଣିଗ୍ରାହୀ, ପୁରୁଷତ୍ତମ ପ୍ରଧାନ, ବାରିକ ରେଡି, ନରସିଂହ ପ୍ରଧାନ, ସୁନୀଲ ଗୌଡ଼, ମନୋଜ କୁମାର ପ୍ରଧାନ,ଏବଂ ଗ୍ରାମର ସହ ସହ ମହିଳା ଏହି ରଥକୁ ସ୍ୱାଗତ ଜଣାଇବା ସହ ଦୀପ ଦ୍ୱପ ଦେଇ ବନ୍ଧାପନା କରିଥିଲେ lଜାନୁଆରୀ ୭ ତାରିଖ ରୁ ବିଭିନ୍ନ ୱାର୍ଡ ଗୁଡ଼ିକରେ ଏହି ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିବ l ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହ ୱାର୍ଡର ପ୍ରତେକ ଘରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରି ଜାନୁଆରୀ ୧୭ ତାରିଖ ଦିନ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଅର୍ପଣ କରାଯିବ l ତେବେ ଆଜି ସଂକୀର୍ତ୍ତନ, ଘଣ୍ଟ, ମର୍ଦ୍ଦଳ, ହରିବୋଲ ଓ ହୁଳହୁଳି , ଦୂପ ଦୀପ ଦେଇ ପୂଜା ଅର୍ଚ୍ଚନା କରାଯାଇ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି l ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରଚାର ପ୍ରସାର ସହ ଏହି ରଥ ଆଜି ଜକର ପଂଚାୟତ ରେ ପରିଭ୍ରମଣ କରିଛି l ତେବେ ପ୍ରତ୍ୟେକ ୱାର୍ଡର ଲୋକ ମାନେ ଅର୍ପଣ ରଥକୁ ପୁଷ୍ପ ଧୂପଦୀପ ଦେଇ ସ୍ୱାଗତ କରିଥିବା ବେଳେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।
