ଚାରିଛକ ପ୍ରେସ କ୍ଲବ ପକ୍ଷରୁ ଥାନା ଅଧିକାରୀ ଙ୍କୁ ଚାରିଛକ ଗୌରବ – ୨୦୨୪ ସମ୍ନାନିତ

ଚାରିଛକ ପ୍ରେସ କ୍ଲବ ପକ୍ଷରୁ ଥାନା ଅଧିକାରୀ ଙ୍କୁ ଚାରିଛକ ଗୌରବ – ୨୦୨୪ ସମ୍ନାନିତ ।ଚାରିଛକ :- ୧୦/୦୧ ପୁରୀ ଜିଲ୍ଲା ଚାରିଛକ ଥାନା ର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଚାରିଛକ ପ୍ରେସ କ୍ଲବ ସଭାପତି ଶିଶିର କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଚାରିଛକ ଥାନା ଅଧିକାରୀ ଶ୍ରୀମତୀ ମମତା ବିଶ୍ୱାଳ କୁ ଚାରିଛକ ଗୌରବ – ୨୦୨୪ ର ସମ୍ନାନିତ କରାଯାଇଛି ।ପ୍ରକାଶ ଯେ ଥାନା ଅଧିକାରୀ ଶ୍ରୀମତୀ ବିଶ୍ୱାଳ ଏକ ବର୍ଷ ମଧ୍ୟରେ ଚାରିଛକ ଅଞ୍ଚଳରେ ଆଇନି ଗତ ସମସ୍ୟା ସୁଧାରିବାରେ ଦିନରାତି ଏକ କରି କାର୍ଯ୍ୟ କରୁଥିବା ବେଳେ ସ୍ୱଚ୍ଛ ଭାରତ ରେ ଚାରିଛକ ବଜାର ସଫେଇ ,ବୃକ୍ଷ ରୋପଣ ଓ ଟ୍ରାଫିକ ଜନିତ ସମସ୍ୟା ସହିତ ସଡ଼କ ସୁରକ୍ଷା ଉପରେ ବାଇକି ଚାଳକ ଓ ସନ୍ଧ୍ୟା ସମୟରେ ବାଲି ବୋଝେଇ ଟ୍ରକ ଯୋଗୁଁ ଟ୍ରାଫିକ ସମସ୍ୟା ଉପରେ ଗୁରୁତ୍ୱ ଦେଇ କାର୍ୟ୍ଯ କରିଥିବାରୁ ଚାରିଛକ ଥାନାର ଏକ ବର୍ଷ ପୂର୍ତ୍ତି ବର୍ଷିକ ଉତ୍ସବ ରେ ଥାନାର ଅଧିକାରୀ ମମତା ବିଶ୍ୱାଳ କୁ ଉତରୀୟ ,ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ଚାରିଛକ ଗୌରବ – ୨୦୨୪ ସମ୍ନାନିତ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରେସ କ୍ଲବର ସମ୍ପାଦକ ଡକ୍ଟର କେଦାରନାଥ ସାହୁ ,ଉପଦେଷ୍ଟା ଆଇ ଆର ଏସ ଚନ୍ଦ୍ରକାନ୍ତ ଦଳାଇ ,ସମାଜସେବୀ ବା କୃଷକ ନେତା ସନାତନ ପାତ୍ର ,ସହ ସମ୍ପାଦକ ସନ୍ତୋଷ କୁମାର ଦାସ ,ପ୍ରତାପ କୁମାର ମଲ୍ଲିକ ,ଶଶିକାନ୍ତ ତ୍ରିପାଠୀ ,ବସନ୍ତ କୁମାର ମଲ୍ଲ ,ବିନୋଦ ପ୍ରଧାନ ,ମୃତୁଞ୍ଜୟ ମହାପାତ୍ର ,ଉମାକାନ୍ତ ଭୋଇ ଯୋଗ ଦେଇ ସହଯୋଗ କରିଥିବା ବେଳେ ନରେଶ କୁମାର ପଟ୍ଟନାୟକ ଓ ରଶ୍ମିରଞ୍ଜନ ସାହୁ ସମର୍ଥନ କରି ସାଧୁବାଦ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *