୯ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଆରଆଇ ଶରତ ଜେନା
ବନ୍ତ ତହସିଲ ଅନ୍ତର୍ଗତ କେନ୍ଦୁଆପଦା ଆର୍ ଆଇ ଶରତ ଚନ୍ଦ୍ର ଜେନା ଏକ ଜମିର କିସମ ପରିବର୍ତ୍ତନ କରାଇବା ନିମନ୍ତେ ଜଣେ ଜମି ମାଲିକ ଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଭିଜିଲାନ୍ସ ଟିମ ହାତ ରେ ଧରାପଡିଛନ୍ତି ଲାଞ୍ଚ ଆକାରରେ ନେଉଥିବା ୯ ହଜାର ଟଙ୍କା କୁ ଅଭିଯୁକ୍ତ ଆର୍ ଆଇ ଙ୍କ ନିକଟରୁ ଭିଜିଲାନ୍ସ ଟିମ ଜବତ କରିଛି

ଏହି ଘଟଣା ସଂପୃକ୍ତ ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି ସୂଚନା ଯୋଗ୍ଯ ଯେ କେନ୍ଦୁଆପଦା ନିକଟସ୍ଥ ଖାନାବାଡି ଗ୍ରାମ ର ପ୍ରଶାନ୍ତ କୁମାର ଜେନାଙ୍କର କେନ୍ଦୁଆପଦା ରାଜସ୍ବ ନିରୀକ୍ଷକ ତୋଡଙ୍ଗା ମୌଜାରେ ଥିବା ଏକ ଚାଷ ଜମିକୁ ଘରଡିହ ରେ ପରିଣତ କରିବା ନିମନ୍ତେ ସମ୍ପୃକ୍ତ ଆର୍ ଆଇ ଶରତ ଚନ୍ଦ୍ର ଜେନା ଙ୍କ ସହ ଯୋଗାଯୋଗ କରିଥିଲେ ଚାଷ ଜମି କୁ ଘରଡିହ ରେ ପରିଣତ କରିବା ପାଇଁ ଅଭିଯୁକ୍ତ ଶରତ ଚନ୍ଦ୍ର ଜେନା ପ୍ରଶାନ୍ତ ଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ
