ହରେକୃଷ୍ଣ ମହତାବ ରାଜ୍ଯ ଗ୍ରନ୍ଥାଗାରରେ ଦ୍ଵାଦଶତମ ପ୍ରେରଣାଦାୟକ ବକ୍ତୃତାମାଳା ଆୟୋଜିତ

ହରେକୃଷ୍ଣ ମହତାବ ରାଜ୍ଯ ଗ୍ରନ୍ଥାଗାରରେ ଦ୍ଵାଦଶତମ ପ୍ରେରଣାଦାୟକ ବକ୍ତୃତାମାଳା ଆୟୋଜିତ ଭୁବନେଶ୍ୱର-ତା୨୧.୦୧.୨୦୨୪- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଦ୍ଵାଦଶତମ ପ୍ରେରଣାଦାୟକ ବକ୍ତୃତାମାଳା ଆୟୋଜିତ ହୋଇଯାଇଛି। ବିଭାଗୀୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବକ୍ତୃତାମାଳାରେ ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଶ୍ରୀଯୁକ୍ତ ନାରାୟଣ ସେଠୀ ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ । ଅଧ୍ୟକ୍ଷ ଶ୍ରୀ ରାଉତରାଏ ପାଠକ ପାଠିକା ମାନେ ସଫଳତା ପାଇବା ପର୍ଯ୍ୟନ୍ତ ସେମାନଙ୍କ ପ୍ରୟାସ ଜାରି ରଖିବା ନିମନ୍ତେ ପ୍ରେରଣା ଦେଇଥିଲେ ।

ମୁଖ୍ୟବକ୍ତାଭାବେ ଶ୍ରୀ ସେଠୀ ଭାଗ୍ୟବାଦୀ ନ ହୋଇ ଅଧ୍ୟବସାୟ, ପରିଶ୍ରମ ଓ ଧୈର୍ଯ୍ୟ ଦ୍ଵାରା କିପରି ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ତାର ମୂଳମନ୍ତ୍ର ପ୍ରଦାନ କରିଥିଲେ । ପାଠକ ପାଠିକା ମାନଙ୍କ ସହ ବାର୍ତ୍ତଳାପ ମାଧ୍ୟମରେ ସେମାନଙ୍କ ପ୍ରସ୍ତୁତିରେ ଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମକୁ ଯୁଗ୍ମ ଶାସନ ସଚିବ ତଥା ଗ୍ରନ୍ଥାଗାରର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ଅତସୀ ଦାସ ସ୍ଵାଗତ ଭାଷଣ ପ୍ରଦାନ ଓ ସଂଚାଳନ କରିଥିଲେ । ଶେଷରେ ଗ୍ରନ୍ଥାଗାରର ଶ୍ରୀମତୀ ସଙ୍ଘମିତ୍ରା ସାହୁ ଧନ୍ଯବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରନ୍ଥାଗାରିକ ଶ୍ରୀ ରୁଦ୍ର ପ୍ରସାଦ ବେହେରା, ଶ୍ରୀମତୀ ମଞ୍ଜୁରାଣୀ ମୁଦୁଲି, ଶ୍ରୀ ବିଦ୍ୟାଧର ପଣ୍ଡା, ଶ୍ରୀ ଉପେନ୍ଦ୍ର କୁମାର ମୁଦୁଲି ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *