ଚାରିଛକ ପ୍ରେସ କ୍ଲବର ଚତୁର୍ଥ ବାର୍ଷିକ ଉତ୍ସବ

ଚାରିଛକ ପ୍ରେସ କ୍ଲବର ଚତୁର୍ଥ ବାର୍ଷିକ ଉତ୍ସବ ।ଚାରିଛକ :-୨୧/୦୧ (ଶିଶିର ସ୍ବାଇଁ ) ପୁରୀ ଜିଲ୍ଲା ଚାରିଛକ ପ୍ରେସ କ୍ଲବର ସଭାପତି ଶିଶିର କୁମାର ସ୍ୱାଇଁ ଙ୍କ ନେତୃତ୍ବରେ ଆଜି ଜାନୁଆରୀ ୨୧ ତାରିଖ ରବିବାର ଦିନ ପୂର୍ବାହ୍ନରେ ଚାରିଛକ ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ନିମାପଡା ବିଧାୟକ ତଥା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ସମ୍ନାନିତ ଅତିଥି ଭାବେ ରାଜ୍ୟ ସାମ୍ବାଦିକ ସଂଘ ର ସଭାପତି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ନାୟକ , ପୂର୍ବତନ ୨୧ ନଂ ଜିଲାପରିଷ ସଭ୍ୟ ପୁର୍ଣଚନ୍ଦ୍ର ଓଝା , ଓଡିଶା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶଶିକାନ୍ତ ଲେଙ୍କା ,ପ୍ରଫେସର ଅରୁଣ କୁମାର ସ୍ବାଇଁ ଅଧ୍ୟକ୍ଷ ଉଦୟନାଥ ସ୍ଵିଂଶାଶିତ ମହାବିଦ୍ୟାଳୟ ଅଡସପୁର, ସମାଜସେବୀ ତଥା କନ୍ତିଆ ମହାବିର ଭକ୍ତ ଅରୁଣ ସାହୁ , ଭୋଦର ପଞ୍ଚାୟତ ସରପଞ୍ଚ ଚାରୁଲତା ବେହେରା ଯୋଗଦେଇ ଶ୍ରୀ ଗଣେଶ ଙ୍କ ପାଖରେ ପ୍ରଦୀପ ଜାଳି ସଭା କାର୍ଯ୍ୟ ଆରମ୍ଭ କରିଥିଲେ ।ସଭା କାର୍ଯ୍ୟ ଆରମ୍ଭ ରୁ ସ୍ୱରସ୍ବତୀ ଶିଶୁ ମନ୍ଦିର ଛାତ୍ରୀ ଙ୍କ ଦ୍ଵାରା ସ୍ୱାଗତ ଗାନ କରାଯାଇ ଅତିଥି ମାନଙ୍କୁ ଉତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ ।ପରେ କ୍ଲବର ଉପଦେଷ୍ଟା ଅଞ୍ଚଳର ସମାଜସେବୀ ସନାତନ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏହି ଉତ୍ସଵ ରେ ସାମ୍ବାଦିକ ଙ୍କ ମାସିକ ଭତ୍ତା ସରକାର କରିବା ପାଇଁ ପ୍ରତି ଭାଷଣ ରେ କହିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଏକତ୍ରିତ ହୋଇ ସମସ୍ତ ସାମ୍ବାଦିକ ରାଜ୍ୟ ସରକାରଙ୍କୁ ନିଜର ଦାବି ଉପସ୍ଥାପନ କଲେ ରାଜ୍ୟ ସରକାର ଦାବି ପୂରଣ କରିବେ ବୋଲି କହିବା ସହିତ ମୁଁ ମଧ୍ୟ ସାଂମ୍ବାଦିକ ସହିତ ଅଛି ବୋଲି ଭାଷଣରେ ପ୍ରକାଶ କରିଥିଲେ । ଚାରିଛକ ପ୍ରେସ କ୍ଲବର ଚତୁର୍ଥ ବର୍ଷିକ ଉତ୍ସଵ ରେ ନିରାଶ୍ରୟ ସେବାଶ୍ରମ ସଙ୍ଗଠନ ,ଭଦ୍ରେସୋର ଝୋଟ ଶିଳ୍ପ,ଗୋପୀନାଥ କତା ହସ୍ତଶିଳ୍ପ ମହିଳା ଗ୍ରୁପ ,ସ୍ଵରସ୍ବତୀ ଶିଶୁ ମନ୍ଦିର ଛାତ୍ରୀ ,ବରିଷ୍ଠ ନାଗରିକ ,ଖବର କାଗଜ ବିତରକ ଙ୍କ ସହିତ ସମସ୍ତ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ଚାରିଛକ ପ୍ରେସ କ୍ଲବର ଉପଦେଷ୍ଟା ଆଇ ଆର ଏସ ଚନ୍ଦ୍ରକାନ୍ତ ଦଳାଇ ,ସାଧାରଣ ସମ୍ପାଦକ ଡକ୍ଟର କେଦାରନାଥ ସାହୁ ,ରଶ୍ମିରଞ୍ଜନ ସାହୁ ,ବସନ୍ତ କୁମାର ମଲ୍ଲ ,ପ୍ରତାପ କୁନାଲ ମଲ୍ଲିକ ,ସନ୍ତୋଷ କୁମାର ଦାସ ,କୈଳାସ ଚନ୍ଦ୍ର ପାତ୍ର , ସୁଶ୍ରୀ ସରିତାଞ୍ଜଳି ନାୟକ ,ଶଶିକାନ୍ତ ତ୍ରିପାଠୀ ,ଉମାକାନ୍ତ ଭୋଇ ,ଆଶିଷ କୁମାର ମିଶ୍ର ,ଜୀଵନ ଦାସ ,ରଞ୍ଜିତ କାଣ୍ଡି ,ମୃତ୍ୟୁଞ୍ଜୟ ମହାପାତ୍ର ,ବିନୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଯୋଗ କରିଥିଲେ । ଚାରିଛକ ପ୍ରେସ କ୍ଳବ୍ ସବୁବେଳେ ଚାରିଛକ ଅଞ୍ଚଳ ର ଉନ୍ନତି ପାଇ ସବୁ ବେଳେ କାର୍ଯ୍ୟ କରିବେ ବୋଲି କ୍ଲବ୍ ର ସଭ୍ୟ ମାନେ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *