ଭବାନୀପାଟଣା ନିର୍ବାଚନ ମଣ୍ଡଳୀ କେସିଙ୍ଗା ବ୍ଲକ ଅନ୍ତର୍ଗତ ଅଧମୁଣ୍ଡା ପଞ୍ଚାୟତର ସୋରିଙ୍ଗପଦର ଗାଁ ରେ ଅନୁଷ୍ଠିତ ପୋଢମେଧ୍ୟ ଯଜ୍ଞରେ ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ ଯୋଗଦେଇ ମାଁ ମାଉଲି ଏବଂ ମାଁ ଗଙ୍ଗାଦି ଡଙ୍ଗର ବୁଢ଼ାର ଆର୍ଶୀବାଦ ନେବାସହ ସମସ୍ତେ ଖୁସିରେ ରୁହନ୍ତୁ ବୋଲି ପ୍ରାର୍ଥନା କରିଥିଲେ। ଏହା ସହ ଗାଁ ବୁଲି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ଅଧମୁଣ୍ଡା ସମିତି ସଭ୍ୟା ସର୍ମିଷ୍ଠା ମାଝୀ, ସମାଜସେବୀ କିଶୋର ଯାନୀ, କୃତାଞ୍ଚଲ ଜାନୀ, ଗୋପିନାଥ ମାଝୀ, ଖିରସିନ୍ଧୁ ପ୍ରଧାନ, ଦୟାନିଧି ନାଏକ, ଯୁବ ଛାତ୍ର ମହିଳା ବୁଦ୍ଧିଜୀବୀ ତଥା ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *