ପ୍ରଭୁ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବରରେ ପାଳିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି। ଗାଁ ଠୁ ସହର ପୌଷ ମାସର ପବିତ୍ର ତିଥିରେ ପ୍ରଭୁ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଛି। ଦୀର୍ଘ ୫ଶହ ବର୍ଷର ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଛି ପ୍ରଭୁ ରାମ ଲାଲାଙ୍କ ଐତିହ୍ୟ ସମ୍ପନ୍ନ ମନ୍ଦିର । ଯାହାକୁ ନେଇ ଗାଁ ଠାରୁ ସହର ସବୁଠି ଧର୍ମୀୟତା ଓ ଜାତୀୟତା ଭାବନାର ସମନ୍ୱୟରେ ଜୟ ଶ୍ରୀରାମ ନାରାରେ ଅଂଚଳ ପ୍ରକମ୍ପିତ ହୋଇ ଉଠିଛି। କାମାକ୍ଷାନଗର ସହରରେ ମହା ଆଡମ୍ବରରେ ପାଳିତ ହୋଇଛି ପ୍ରଭୁ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ବିଶାଳ ଶୋଭାଯାତ୍ରା ସାଙ୍ଗକୁ ବିରାଟ ପଟୁଆର ହୋଇଛି ବେଶ ମନଲୋଭା । କାମାକ୍ଷାନଗର ବିଜେପିର ବରିଷ୍ଠ ନେତା ଦେବଦତ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ତାରେଣି ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ସମଗ୍ର କାମାକ୍ଷାନଗର ପରିକ୍ରମା କରି ଅନନ୍ତପୁର ସ୍ଥିତ ରାମ ମନ୍ଦିର ଠାରେ ପହଞ୍ଚିଥିଲା । ପୁରା ସହର କମ୍ପିଥିଲା। ମନ୍ଦିରରେ ହୋମଯଜ୍ଞର ଆୟୋଜନ କରାଯାଇଥିଲା। ପୁରା ପରିବେଶ ରାମନାମ ସଂକିର୍ତନରେ ପ୍ରକମ୍ପିତ ହୋଇଉଠିଥିଲା।

Leave a Reply

Your email address will not be published. Required fields are marked *