ପ୍ରଗତି ଓ ପରିବର୍ତ୍ତନ ସମାବେଶ

ବନ୍ଦର ନଗରୀ ପାରାଦୀପ ରେ ଅରିନ୍ଦମ ସର୍ଖଲେ ଓରଫ ବାପି ସର୍ଖଲେ ଙ୍କୁ ନେଇ ସବୁବେଳେ ଚର୍ଚ୍ଚା | ସେ ରାଜନୀତି ହେଉ ଅବା ଶ୍ରମିକ ସମାବେଶ | ବାପି ନିଜ ସଂଗଠନ କୁ ମଜବୁତ କରିବା ପାଇଁ ମଝିରେ ମଝିରେ ଶକ୍ତି ପ୍ରଦର୍ଶନ କରିବା ପାଇଁ ପଛାନ୍ତି ନାହାଁନ୍ତି | ବିଧାୟକ ହେବାକୁ ଚେଷ୍ଟା କରି ଅନେକ ଥର ବିଫଳ ର ସ୍ୱାଦ ଚାଖିଥିବା ବାପି ଗତ ପୌର ନିର୍ବାଚନରେ କଂଗ୍ରେସ ଦଳ କୁ ଛାଡି ଆମ ପ୍ରଗତି ଓ ଆମ ପାରାଦୀପ ବ୍ୟାନର ରେ ନିର୍ବାଚନ ପରିଚାଳନା କଲେ ଓ ଉପାଧ୍ୟକ୍ଷା ପଦ କୁ ମଧ୍ଯ ହାତେଇ ନେଲେ | ଆଉ କିଛିଦିନ ସାଧାରଣ ନିର୍ବାଚନ ଥିବାବେଳେ ବାପି ପ୍ରଗତି ଓ ପରିବର୍ତ୍ତନ ଶୋଭାଯାତ୍ରା ନାମରେ ଏକ ମାସ ଆଗରୁ ହୋର୍ଡ଼ିଂ ପୋଷ୍ଟର ବ୍ୟାନର ରେ ସାରା ପାରାଦୀପ ଛାଉଣୀ କରି ସ୍ତାନୀୟ ଜୟଦେବ ସଦନ ପଡିଆରେ ନିଜର ଶକ୍ତି ପ୍ରଦର୍ଶନ ଦେଖାଇଛନ୍ତି | ସମସ୍ତେ ଭାବିଥିଲେ ବାପି ଆଜି ମଞ୍ଚରେ ଘୋଷଣା କରିବେ ସେ କେଉଁ ଦଳରୁ ଚଳିତ ନିର୍ବାଚନ ଲଢିବେ ବୋଲି | କାରଣ ନିଜ ଘର କଂଗ୍ରେସ କୁ ଛାଡି ପାରାଦୀପରେ ଆମ ପାରାଦୀପ ଆମ ପ୍ରଗତି ନାମରେ ବାପି ମଂଚ ଗଢି ସଫଳତା ହାସଲ କରିବା ପରେ ପୁଣି କଂଗ୍ରେସ ଦଳକୁ ବାହୁଡ଼ିବେ ନା ନିଜ ଶକ୍ତି ଦେଖାଇ ପାରାଦୀପ ରେ ନିଜ ଦବଦବା କୁ ବଜାଇ ରଖିବା ସହ ଶାସକ ବିଜେଡି ନେତୃବୃନ୍ଦ ଙ୍କୁ ନିଜ ପ୍ରତି ଆକୃଷ୍ଟ କରିବେ କିମ୍ବା ଚଳିତ ବର୍ଷ ସ୍ଵାଧୀନ ଭାବେ ପ୍ରାର୍ଥୀ ହୋଇ ସମସ୍ତଙ୍କୁ ଚକିତ କରି ରଖିବେ ତାହାକୁ ନେଇ ଲାଗିରହିଥିଲା ସସପେନ୍ସ | ତେବେ ବାପି ଓ ସମର୍ଥକ ମାନେ ଏକ ବିରାଟ ଶୋଭାଯାତ୍ରାରେ ଦୋ ଛକି ଠାରୁ ବାହାରି ବାଜା ବାଣ ରେ ବାପି ସର୍ଖଲେ ଆସିଲେ | ମଞ୍ଚରେ ଚାଲିଲା ଭାଷଣବାଜି | ଶ୍ରମିକ ମାନଙ୍କ ସ୍ୱାର୍ଥ ପାଇଁ ଲଢେଇ ହେବ , ସୁପର ସ୍ପେଶାଲିଟି ହସ୍ପିଟାଲ ଠାରୁ କଲୋନୀ କୁ ବିଦ୍ୟୁତ ପାଣି ଯୋଗାଣ ଉପରେ ସରକାର ଙ୍କୁ ନିବେଦନ କଲେ ବାପି | କିନ୍ତୁ କେଉଁ ଦଳକୁ ଯାଉଛନ୍ତି ତାହା ସ୍ପଷ୍ଟ କଲେନାହିଁ | କଂଗ୍ରେସ ରେ ଅଛ କି ନାହିଁ ସାମ୍ବାଦିକଙ୍କ ଉତ୍ତରରେ ସମୟ ଆସିଲେ ସବୁ କହିବି , ଲୋକ ଯାହା ଚାହିଁବେ ତାହା କରିବି ବୋଲି ମଧ୍ଯ ପ୍ରକାଶ କଲେ ବାପି | ତେବେ ବାପି ଙ୍କ ନିର୍ବାଚନ ପୂର୍ବରୁ ଏହି ଶକ୍ତି ପ୍ରଦର୍ଶନ ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *