ସଡକ ସୁରକ୍ଷା ସଚେତନତା ଶିବିର
-ଦ୍ବିତିୟ କାମାକ୍ଷାନଗର ମହୋତ୍ସବ ଉପଲକ୍ଷେ ଆଜି ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସକାଳେ ସ୍ଥାନିୟ ମେନରୋଡ ଠାରୁ ଏକ ସେଚେତନତା ରାଲି ବାହାରି ସହର ପରିକ୍ରମା କରିବା ସହ ଲୋକମାନଙ୍କୁ ସଚେତନତା କରିଥିଲେ।ହାତରେ ଫ୍ଲାଗ କାର୍ଡ ଧରିବା ସହ ବିଭିନ୍ ସ୍ଲୋଗାନ ଦେଇ ସଚେତନ କରାଇଥିଲେ।ଏହି ରାଲିରେ କାମାକ୍ଷାନଗର ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ,ପୋଲିସ ପ୍ରଶାଶନ,ଅଗ୍ନିଶମ ବାହିନି,ଆଞ୍ଚଳିକ ପରିବହନ ବିଭାଗ ସହିତ କଳ୍ପନା ଛକ ଠାରେ ଏକ ସଚେତନତା ନାଟକ ପରିବେଷଣ ହୋଇଥିଲା।ସର୍ବଦା ହେଲମେଣ୍ଟ ପିନ୍ଧି ଗାଡିଚାଲାଇବା ସହ ସରକାରଙ୍କ ନିୟମ ମାନି ଚଳିବାକୁ କୁହଯାଇଥିଲା।ଏହି କାର୍ଯ୍ୟକ୍ରମରେ ନଗରପାଳ ଧର୍ମାନନ୍ଦ ପରିଡା,ବ୍ଲକ ଅଧକ୍ଷ ପ୍ରେମାନନ୍ଦ ସାହୁ,ଆରଖି ଅଧିକ୍ଷକ ପ୍ରଭାତ କୁମାର ତ୍ରିପାଠିଙ୍କ ସହ ବହୁ ଜନସାଧାରଣ ଉପସ୍ଥିତ ଥିଲେ।
