ପ୍ରଭୁ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବରରେ ପାଳି

ରାଇକିଆ,23/1/24କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳ ରେ ରାମ ମନ୍ଦିର ପ୍ରତିଷ୍ଠାକୁ ଉତ୍ସବ ମୁଖର ହୋଇ ଉଠିଛି। ଗାଁ ଠୁ ସହର ପୌଷ ମାସର ପବିତ୍ର ତିଥିରେ ପ୍ରଭୁ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଛି। ଦୀର୍ଘ ୫ଶହ ବର୍ଷର ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଛି ପ୍ରଭୁ ରାମ ଲାଲାଙ୍କ ଐତିହ୍ୟ ସମ୍ପନ୍ନ ମନ୍ଦିର । ଯାହାକୁ ନେଇ ଗାଁ ଠାରୁ ସହର ସବୁଠି ଧର୍ମୀୟତା ଓ ଜାତୀୟତା ଭାବନାର ସମନ୍ୱୟରେ ଜୟ ଶ୍ରୀରାମ ନାରାରେ ଅଂଚଳ ପ୍ରକମ୍ପିତ ହୋଇ ଉଠିଛି। ରାଇକିଆ ମାଳାଞ୍ଚଳ ଛାତ୍ରାଵାସ ଠାରୁ ବେରେଡାକିଆ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ନଗର ପରିକ୍ରମା କରଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସଂଗଠନ ସହିତ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀ ରାମ ଙ୍କ ନାମ କୁ ଉଚ୍ଚାରଣ କରୁଥିବା ବେଳେ ନଦିଆ କୀର୍ତନ ଢୋଲ ମହୁରୀ ରେ ଗାଁ ଦାଣ୍ଡ ଦୁଲୁକୁ ଥିଲା।

Leave a Reply

Your email address will not be published. Required fields are marked *