ଶହ ଶହ ବର୍ଷ ଅପେକ୍ଷା ର ଅନ୍ତ ଘଟିଲା
ଆସିକା:- ଆଜି ସମଗ୍ର ଭାରତ ଉତ୍ସବ ମୁଖର ୫ଶହ ବର୍ଷ ଅପେକ୍ଷା ର ଅନ୍ତ ଘଟିଲା।ସମଗ୍ର ଭାରତ ବର୍ଷ ହର୍ଷ ଉଲ୍ଲାସ ରେ ପ୍ରଭୁ ଶ୍ରୀରାମ ଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ରେ ନିଜକୁ ସମର୍ପିତ କରିଥିଲେ। ଗାଁ ଠୁ ସହର ପ୍ରତ୍ୟେକ ସ୍ଥାନରେ ଚାଳିଶା ପାଠ ହରିନାମ ସଙ୍କୀର୍ତ୍ତନ ହୋମ୍ ଯଜ୍ଞ ଆୟୋଜନ। ଗାଁ ଠୁ ସହର ପ୍ରତ୍ୟେକ ସ୍ଥାନରେ ଶୋଭାଯାତ୍ରା ଜୟ ଶ୍ରୀରାମ ନାରା ରେ ସାରା ଅଂଚଳ ପ୍ରକମ୍ପିତ ହେଉଥାଏ।

ରଘୁନାଥ ନଗର,ଆଳିୟ ଖଣ୍ଡାୟତ କାର୍ଯ୍ୟାଳୟ,ପାଢି କାମ୍ଲେସ,, କଳିଙ୍ଗ ରୋଡ ରାମ ମନ୍ଦିର ଏହି ସ୍ଥାନ ମାନଙ୍କରେ ମହାଆଡମ୍ବରରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଙ୍କ ପୂଜାର୍ଚ୍ଚନା ହୋମ୍ ଯଜ୍ଞ ଚାଳିଶା ପାଠ କରାଯାଇଥିଲା ଆଳିୟ ଖଣ୍ଡାୟତ କାର୍ଯ୍ୟାଳୟ ଠାରେ ହୋମ୍ ଯଜ୍ଞ ର ନେତୃତ୍ବ ନେଉଥିବା ଥିବା ବ୍ୟକ୍ତି ବିଶେଷ ହେଲେ ବୃନ୍ଦାବନ ପ୍ରଧାନ, ସନ୍ୟାସୀ ନାହାକ, ଭଗବାନ ସାହୁ(ଭଗୁଭାଇ),ଜିନୁ ବାବୁ ରେଡ଼ି, ଭଗବାନ ବେହେରା,ଆଦିତ୍ୟ ରାଉତ, ରବୀନ୍ଦ୍ର ନାଥ ଦାଶ, ଅଶ୍ବିନ ସାମଲ, ଚିରଞ୍ଜିବୀ ସାହୁ, ରଞ୍ଜିତ ସାହୁ, ସୁଶାନ୍ତ କୁମାର, ବିଷ୍ଣୁ ପ୍ରସାଦ ପଣ୍ଡା, ବସନ୍ତ ପାଢ଼ୀ, ବିରଜା ଭାଇ, ପ୍ରମୁଖ। ସେହିଭଳି ପାଢ଼ୀ କାମ୍ଲେସ ରେ ପ୍ରଭୁ ଶ୍ରୀରାମ ଙ୍କର ଫଟୋଚିତ୍ର ରଖି ହୋମ୍ ଯଜ୍ଞ ର ଆୟୋଜନ ସାଂଗକୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ଏହାର ମୁଖ୍ୟ ସଂଯୋଜକ ଥିଲେ ଜଗତ ମୋହନ୍ ପୋଲାଇ, ହୋମ୍ ଯଜ୍ଞ ର ଆୟୋଜନ କରିଥିଲେ ବାଲ୍ମିକୀ ପୋଲାଇ,ପ୍ରସାଦ ସେବନର ବ୍ୟବସ୍ଥା ରେ ବିଶ୍ବନାଥ ପାତ୍ର, ଦିଲିପ ପାତ୍ର, ଶର୍ମା, ଅରୁଣ କୁମାର ମହାପାତ୍ର ଓ ଯଜ୍ଞ ର ପୁରୋହିତ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ସୁଚାରୁରୂପେ ସମ୍ପାଦନା କରିଥିଲେ। ସନ୍ଧ୍ୟା ସମୟରେ ପ୍ରତ୍ୟେକ ବ୍ୟକ୍ତି ଦୀପ ଜାଳି ରାମନାମ ସଂକ୍ରିତନ ରେ ପରିକ୍ରମା କରିଥିଲେ।
