ଚାରିଛକ ପ୍ରେସ କ୍ଲବ ପକ୍ଷରୁ ଗଣେଶ ବାବା ଙ୍କୁ ସମ୍ବର୍ଦ୍ଧନା
ଚାରିଛକ :- ୨୩/୦୧ ପୁରୀ ଜିଲ୍ଲା ଚାରିଛକ ନିକଟରେ ଥିବା ନୂଆ ଗାଁ ଆତ୍ମାରାମ ବାଳା ଆଶ୍ରମ ର ସାଧୁ ଗଣେଶ ବାବା ଙ୍କୁ ସୋମବାର ଭଗବାନ ରାମ ଙ୍କ ପ୍ରାଣ ପ୍ରତିଷ୍ଠା ଦିବସରେ ଉତରୀୟ ଓ ମାନପତ୍ର ଦେଇ ସମ୍ନାନିତ କରାଯାଇଛି ।ଚାରିଛକ ଅଞ୍ଚଳରେ ଥିବା ନୂଆଗାଁ ଆତ୍ମରାମ ବାଳା ଆଶ୍ରମରେ ଦିର୍ଘ ୨୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ଚାରିଛକ ଅଞ୍ଚଳକୁ ନିସ୍ୱାର୍ଥ ଭାବେ ଭଗବାନ ରାମଚନ୍ଦ୍ର ଓ ମହାବୀର ହନୁମାନ ଙ୍କ ନିତି ନିୟମ ଅନୁସାରେ ଏକ ଆଶ୍ରମ ଗଠନ କରି ଅଞ୍ଚଳର ମଙ୍ଗଳ କାମନା କରିବା ସହ ଯୁବକ ଯୁବତୀ ମାନଙ୍କୁ ଆଧ୍ୟାତ୍ମିକ ଧାରାରେ ଗଢି ତୋଳିବାରେ ସହଯୋଗ କରୁଥିବାରୁ ଚାରିଛକ ପ୍ରେସ କ୍ଲବ ର ସଭାପତି ଶିଶିର କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଗଣେଶ ବାବା ଙ୍କୁ ସମ୍ନାନିତ କରାଯାଇଛି ।ଏହି ସମ୍ନାନିତ କାର୍ଯ୍ୟକ୍ରମ ରେ କ୍ଲବର ଉପଦେଷ୍ଟା ଆଇ ଆର ଏସ ଚନ୍ଦ୍ରକାନ୍ତ ଦଳାଇ ,ସମାଜସେବୀ ସନାତନ ପାତ୍ର ,ସାଧାରଣ ସମ୍ପାଦକ ଡକ୍ଟର କେଦାରନାଥ ସାହୁ ,ସାମ୍ବାଦିକ ବସନ୍ତ କୁମାର ମଲ୍ଲ ,କୈଳାସ ଚନ୍ଦ୍ର ପାତ୍ର ,ସନ୍ତୋଷ କୁମାର ଦାସ ,ବିନୋଦ ,ପ୍ରଧାନ ସହିତ ସାଧୁସନ୍ଥ ମାନେ ଉପସ୍ଥିତ ଥିଲେ ।
