ରାୟଗଡାରେ ଜିଲ୍ଳାସ୍ତରୀୟ ୭୫ତମ ଗଣତନ୍ତ୍ର ଦିବସ ପାଳିତ

ରାୟଗଡାରେ ଜିଲ୍ଳାସ୍ତରୀୟ ୭୫ତମ ଗଣତନ୍ତ୍ର ଦିବସ ପାଳିତଜିଲ୍ଳାକୁ ଆଗକୁ ନେବାରେ ସମସ୍ତଙ୍କ ସହଯୋଗ ଆବଶ୍ୟକ : ଜିଲ୍ଳାପାଳ ରାୟଗଡା-(ସ୍ବପ୍ର)-ରାୟଗଡା ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଳା ହାଇସ୍କୁଲ ପଡିଆ ଠାରେ ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଳାସ୍ତରୀୟ ୭୫ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ରାୟଗଡା ଜିଲ୍ଳାପାଳ ଶ୍ରୀମତି ସ୍ୱଧାଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସକାଳ ସାଢେ ୮ଟା ସମୟରେ ଆନୁଷ୍ପାନିକ ଭାବେ ଜାତୀୟ ପତାକା ଉତଳୋନ କରି ଜିଲ୍ଳାବାସୀଙ୍କୁ ଉଦବୋଧନ ଦେଇ ସମବେତ ପ୍ୟାରେଡରେ ଅଭିଭାବଦନ ଗ୍ରହଣ କରିଥିଲେ । ଜିଲ୍ଳାପାଳଙ୍କ ସମେତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଉପସ୍ଥିତ ରହିଥିଲେ । ଦେଶର ଗଣତନ୍ତ୍ରକୁ ବଜାୟ ରଖିବା ପାଇଁ ସମସ୍ତଙ୍କର ସହଯୋଗ ଓ ସମର୍ଥନ ରହିଛି । ଦେଶକୁ ସ୍ୱାଧୀନତା ଆଣିବାରେ ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କ ସଂଘର୍ଷ ଓ ବଳିଦାନ ଦେଶକୁ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିପାରିଥିଲା । ଦେଶକୁ ତଥା ରାଜ୍ୟ ଓ ଜିଲ୍ଳାକୁ କେମିତି ଭାବେ ଆହୁରି ଆଗକୁ ନେବା ସେଥିପାଇଁ ସମସ୍ତ ନାଗରିକଙ୍କ ନିଜ ନିଜ ଦାୟିତ୍ୱ ରହିଛି ବୋଲି ଜିଲ୍ଳାପାଳ ପ୍ରକାଶ କରିଥିଲେ । ଜିସିଡି ପଡିଆ ଠାରେ ଆୟୋଜିତ ଜିଲ୍ଳାସ୍ତରୀୟ ଗଣତନ୍ତ୍ର ଦିବସ ପାଳନରେ ଅନୁଷ୍ଠିତ ପ୍ୟାରେଡରେ ଚଳିତ ବର୍ଷ ୩୨ଟି ଟ୍ରୁପ୍ ସାମିଲ ହୋଇଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଜିଲ୍ଳାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟ କରି ପ୍ରଶଂସନୀୟ ହୋଇ ଜିଲ୍ଳାକୁ ଗୈାରବାନ୍ନିତ କରିଥିବା ରୋହିତ ନାୟକ,ବିପିନ ମାଝି,ରତିରାମ ଗୈାଡ,ରୀତାରାଣୀ ମିଶ୍ର,ସାହିଲ ରଥ,ଅର୍ପିତା ପାଢୀ,ସୀମା ଓ ରାମ୍‌,ସିଦ୍ଧାର୍ଥ ପୃଷ୍ଟି,ସତ୍ୟପ୍ରସାଦ ଗୈାଡ,ନୃପୁର କାଣ୍ଡା,ଆକ୍ସିତ ମହାପାତ୍ର ଓ ଅନ୍ୱେଷା ଭଳି ବ୍ୟକ୍ତିବିଶେଷଙ୍କୁ ଜିଲ୍ଳାପାଳଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ସେହିପରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତି ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା । ଗଣତନ୍ତ୍ର ଦିବସ ପାଳନ ଅବସରରେ ଅନୁଷ୍ଠିତ ବିଦ୍ୟାଳୟସ୍ତରୀୟ ଶୋଭାଯାତ୍ରାରେ ଷ୍ଟେଟ୍ ବ୍ରିଗ୍ରେଡ୍ ସୈନିକ ସ୍କୁଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରାୟଗଡା ଦ୍ୱିତୀୟ ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗାୟତ୍ରୀ ନଗରକୁ ତୃତୀୟ ସ୍ଥାନ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଅନୁଷ୍ଠିତ ପ୍ୟାରେଡ୍‌ରେ ବରିଷ୍ଠ ଏନସିସି ବର୍ଗରେ ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟ ପ୍ରଥମ ଓ ମହିଳା ମହାବିଦ୍ୟାଳୟ ଦ୍ୱିତୀୟ ପୁରସ୍କାର ପାଇଥିବା ବେଳେ କନିଷ୍ଠ ଏନସିସି ବର୍ଗରେ ଜିସିଡି ହାଇସ୍କୁଲ ଏୟାରୱିଙ୍ଗ ପ୍ରଥମ ଏବଂ ଇଏମଆରଏସ୍ ଏନସିସି ବାଳକଙ୍କୁ ଦ୍ୱିତୀୟ ସ୍ଥାନରେ ପୁରସ୍କୃତ କରାଯାଇଥିଲା । ଏଥିସହ ସ୍କାଉଟ,ୟୁଥ ରେଡ୍ କ୍ରସ,ଜୁନିୟର ରେଡ୍ କ୍ରସ,ସିନିଅର ସିଭିଲିୟାନ୍ସ ବର୍ଗରେ ମଧ୍ୟ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଟ୍ରୁପ୍‌ଙ୍କୁ ଜିଲ୍ଳାପାଳଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ପରେ ସଦର ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ତରଫରୁ,ଜିଲ୍ଳା କାରାଗାର ଓ ସ୍ଥାନୀୟ ସେବା ସମାଜ ଅନାଥଶ୍ରମରେ ପୌର ପରିଷଦ ତରଫରୁ , ସ୍ୱଧାର ଗୃହରେ ସୁଦର୍ଶନ ପାଢ଼ୀଙ୍କ ପ୍ରଦତ୍ତ ଓ ବରିଷ୍ଠ ନାଗରିକ ସେବା ଗୃହ ଅନ୍ତେବାସୀଙ୍କୁ ସାମ୍ବାଦିକ ସୁବ୍ରତ ଚୌଧୁରୀ ଓ ଶିବାଜୀ ଦାଶଙ୍କ ପ୍ରଦତ୍ତ ଫଳ ଓ ମିଷ୍ଟାନ ବଂଟନ କରାଯାଇଥିଲା । ଏହି ଜିଲ୍ଳାସ୍ତରୀୟ ଗଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳାପାଳ ରାମେଶ୍ୱର ପ୍ରଧାନ,ଭାସ୍କର ଚନ୍ଦ୍ର ରଇତ,ସିଡିଇଓ ଜିଲ୍ଳା ପରିଷଦ ନିହାର ରଂଜନ କହଁର,ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ,ଅତିରିକ୍ତ ଏସପି. ବିଷ୍ଣୁ ପ୍ରସାଦ ପାତ୍ର,ଅମୂଲ୍ୟ କୁମାର ଧର,ଏସଡିପିଓ ରଶ୍ମିରଂଜନ ସେନାପତିଙ୍କ ସମେତ ଅନ୍ୟ ଜିଲ୍ଳାସ୍ତରୀୟ ପ୍ରଶାସନିକ ଓ ପୋଲିସ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ରାୟଗଡା ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକ,ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିିରିକା,ଦେବାଶିଷ ଖାଡଙ୍ଗାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ଉପନିର୍ଦ୍ଦେଶକ ତଥା ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରାୟଗଡା ବସନ୍ତ କୁମାର ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟ ତରଫରୁ ପ୍ରାତଃ ୫ଘଂଟା ସମୟରେ ରାମଧୂନ ପ୍ରଚାର କରାଯାଇଥିଲା ।

ରିପୋର୍ଟ-ନୃସିହ ଚରଣ ବାରିକ

Leave a Reply

Your email address will not be published. Required fields are marked *