ବରିମୁଣ୍ଡ ର ମହିଳାଙ୍କ ଦ୍ଵାରା ରାସ୍ତାରୋକ ପାଣି ନାହଁ ତ ଭୋଟ ନାହିଁ

ବରିମୁଣ୍ଡ ର ମହିଳାଙ୍କ ଦ୍ଵାରା ରାସ୍ତାରୋକ ପାଣି ନାହଁ ତ ଭୋଟ ନାହିଁ ( ଗାଁ ରେ ପାଣି ନଥିବା ହେତୁ ଏଠାରେ କୌଣସି ଭୋଜି ହୁଏନାହିଁ )ଗୋପ :- 27/01/2024 ( ) ରାଜ୍ୟ ସରକାର ଙ୍କ ଦ୍ଵାରା ଅନେକ ଯୋଜନାମାନ ପ୍ରସ୍ତୁତ କରୁଥିବା ସମୟରେ ଗ୍ରାମାଞ୍ଚଳ ରେ ବସବାସ କରୁଥିବା ସାଧାରଣ ଜନତା ଙ୍କ ପାଇଁ ବସୁଧା ପାନୀୟ ଜଳ ଯୋଜନା ର ବନ୍ଦୋବସ୍ତ କରାଇଛି l ଯେପରିକି ବିଶୁଦ୍ଧ ପାନୀୟ ଜଳରୁ କେହିଁ ବଞ୍ଚିତ ନହୁଅନ୍ତୁ l କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଟି ହେଊଛି ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ବାଉଳାଙ୍ଗ ପଞ୍ଚାୟତ ର ବରିମୁଣ୍ଡ ଗ୍ରାମରେ ଦୀର୍ଘ ବର୍ଷଧରି ପାଣି ପାଇଁ ଅହରହ ସଙ୍ଘର୍ଷ କରିଆସୁଛନ୍ତି ବରିମୁଣ୍ଡ ଗ୍ରାମବାସୀ l ପାନୀୟ ଜଳରୁ ବଞ୍ଚିତ ହେବାରୁ ଆଜି ଶତାଧିକ ମହିଳାମାନେ ଗ୍ରାମର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ l ଏବେ ଆନ୍ଦୋଳନକାରୀମାନେ ଆଗାମୀ ସାଧାରଣ ନିର୍ବାଚନ କୁ ବର୍ଜନ କରିବା ସଙ୍ଗେ ସଙ୍ଗେ କୌଣସି ରାଜନୈତିକ ଦଳୀୟ ନେତା ଙ୍କୁ ଗ୍ରାମରେ ଭର୍ତ୍ତୀ କରାଇଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି l ଉକ୍ତ ପଞ୍ଚାୟତ ରେ ଯଦିଓ ପାନୀୟ ଜଳ ର ସମସ୍ୟା ପାଇଁ ବସୁଧା ଜଳ ଯୋଗାଇବା ପାଇଁ ଓଭର ହେର୍ଡ ଟ୍ୟାଙ୍କ ନିର୍ମାଣ ସତ୍ତ୍ୱେ ବରିମୁଣ୍ଡ ଗ୍ରାମ କୁ ପାଇପ ଯୋଗେ ପିଇବା ପାଣି ମିଳିପାରିଲା ନାହିଁ l

ଏଣୁ ସେଥିପାଇଁ ଗ୍ରାମର ଶତାଧିକ ମହିଳାମାନେ ୩ କିଲୋମିଟର ଦୂରତ୍ୱ ରେ ଥିବା କାଦୁଅ ନଦୀ ରୁ ପାଣି ଆଣିବାକୁ ପଡୁଛି l ସକାଳ ସମୟରେ ହିଁ ଘର ପାଇଁ ପାଣି ସଂଗ୍ରହ କରାଯାଇଥାଏ ସନ୍ଧ୍ୟା ସମୟରେ ପାଣି ପାଇଁ ଗଲେ ସଂଘବଦ୍ଧ ହୋଇ ଯିବାକୁ ପଡିଥାଏ l କାରଣ ଘର ଠାରୁ ନଦୀର ଦୂରତ୍ୱ ୩ କିଲୋମିଟର ହେତୁ ସନ୍ଧ୍ୟା ସମୟରେ ନଦୀ କୁ ଯିବା ସୁରକ୍ଷିତ ନୁହେଁ l ଏଠାରେ ଯଦି ଝିଅ କିମ୍ବା ପୁଅର ବିଭାହ ଅଥବା ବ୍ରତୋପନୟନ କିମ୍ବା କୌଣସି ବାର୍ଷିକ ଉତ୍ସବ କରାଯାନାହିଁ କାରଣ ପାଣିର ଘୋର ଅଭାବ ହେତୁ l ଅନେକ ମାସ ଧରି ବିଭାଗୀୟ ଅଧିକାରୀଙ୍କ ଠାରୁ ଖାଲି ମିଥ୍ୟା ପ୍ରତିଶୃତି ପାଇଁ ନିରାଶ ହୋଇ ନିକଟସ୍ତ କାଦୁଅ ନିଦୀ ନିଜର ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି l ଏ ସମ୍ପର୍କ ରେ ସରପଞ୍ଚ ଙ୍କୁ ବାରମ୍ବାର ଜଣାଇବା ସହିତ ଗୋପ ବ୍ଲକ କାର୍ଯ୍ୟାଳୟ ର ଦ୍ଵାରସ୍ତ ହୋଇ ବିଫଳ ହେଲାପରେ ରାଜ୍ୟ ସରକାର ଙ୍କ ଅଧିନସ୍ଥ 5 ଟି ଅଧକ୍ଷଙ୍କ ଦୁଷ୍ଟି ଆକର୍ଷଣ କରାଯାଇଛି l

Leave a Reply

Your email address will not be published. Required fields are marked *