ବ୍ୟାସନଗର ପୌର ପରିଷଦ ପକ୍ଷରୁ ରାଜୀବଗାନ୍ଧୀ ଷ୍ଟାଡିୟମରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ଆଜି ବ୍ୟାସନଗର ପୌର ପରିଷଦର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ପୌର ପରିଷଦର ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ଅତିଥିଭାବେ ଯୋଗଦେଇ ଭାରତର ଅଖଣ୍ଡତା ବଂଚେଇ ରଖିବା ପାଇଁ ସମସ୍ତ ଭାରତୀୟ ମାନେ ଆଗେଇ ଆସିବା ଦରକାର ବୋଲି ଅତିଥି ମାନେ ନିଜର ବକ୍ତବ୍ୟରେ କହିଥିଲେ l ଏହି ଅବସରରେ ପୌର ପରିଷଦ ପକ୍ଷରୁ ଆୟୋଜିତ ପ୍ୟାରେଡ କାର୍ଯ୍ୟକ୍ରମରେ ପୌର ପରିଷଦ ଅଞ୍ଚଳରେ ଥିବା ବିଭିନ୍ନ ସ୍କୁଲ,କଲେଜର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l ଆଜିର ଏହି ପ୍ୟାରେଡ କାର୍ଯ୍ୟକ୍ରମରେ ୩୩ ପ୍ଲାଟୁନ ଗ୍ରୁଫ ଅଂଶଗ୍ରହଣ କରିଛନ୍ତି l ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ସହରର ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ l ପରିଶେଷରେ ଏହି ପ୍ୟାରେଡ ପ୍ରଥମ, ଦ୍ୱିତୀୟ ସ୍ଥାନ ଅଂଶଗ୍ରହ କରିଥିବା ସ୍କୁଲକୁ ଉପସ୍ଥିତ ଅତିଥି ମାନେ ପୁରସ୍କୃତ କରିଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ reporter

Leave a Reply

Your email address will not be published. Required fields are marked *