ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ବର୍ଦ୍ଧନା
।ପୁରୀ ୨୭/୧ ପୁରୀ ଜିଲ୍ଲା ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲକ୍ସ ଠାରେ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।ଦିବସ ର ମୁଖ୍ୟ ଅତିଥି ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୧ ଜଣ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ସ୍ୱାସ୍ଥ୍ୟ ସେବା ପାଇଁ ଏଡିପିଏଚଓ ଡାକ୍ତର ଲଲାଟେନ୍ଦୁ ମିଶ୍ର,ଏନ ଏଚ ଏମର ଡିପିଏମ ଟି ନାରାୟଣ ରାଓ ଓ ଆଟେଣ୍ଡାଣ୍ଟ ସଚିତ୍ର ପରିଡା,କ୍ରୀଡାବିତ ମୌସୁମୀ ଦାସ,ଦାନ ଲକ୍ଷ୍ମୀ ରାଓ,ବିଶ୍ୱଜିତ ରାଉତରାୟ, ଏସ ଜଗାରେଡି,ବିକାଶ କୁମାର ଡାକୁଆ, ସନ୍ତୋଷ କୁମାର ମହାପାତ୍ର,ପୁନମ ଦେବରାଜ ପାଟ୍ଟଶାଣୀ, ଶୁଭମ ମତଗଜସିଂହ,ଆଗ୍ନିକ ସୁଶାନ୍ତ କୁମାର ନାୟକ ଓ ରମାକାନ୍ତ ନାଏକ, ସତ୍ୟବାଦୀ ର ଅଙ୍ଗନବାଡ଼ି କର୍ମୀ ନମିତା ପ୍ରଧାନ, ଗୋପ ଗଣେଶ୍ୱରପୁର ସୁବର୍ଣ୍ଣପୁର ର ଗାୟତ୍ରୀ ଝୋଟ କ୍ଲଷ୍ଟର,ସଫେଇ କର୍ମଚାରୀ ରମେଶ ନାଏକ ଓ ନିର୍ମଳା ଦେଇ, ସମାଜସେବୀ ରଘୁନାଥ ବାରିକ,ସ୍ୱର୍ଗଦ୍ବାର ସେବା ର ମୁଖ୍ୟ ସେବକ ବ୍ରଜକିଶୋର ସାହୁ ଓ ବେଟି ବଚାଓ ବେଟି ପଢାଓ କାର୍ଯ୍ୟ ରେ ସହଯୋଗ କରୁଥିବା ଡାକ୍ତରୀ ଛାତ୍ରୀ ସାଇସ୍ମୃତି ପଣ୍ଡା ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ।କାର୍ଯ୍ୟକ୍ରମ ରେ ଏସ ପି ଡା କନୱର ବିଶାଲ ସିଂ, ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
