ଲିଭର୍ ଜଣ୍ଡିସ ରେ ଚାଲିଗଲେ ନିରଞ୍ଜନ

ନିମାପଡ଼ା,୨୭.୦୧- ନିମାପଡା ବ୍ଲକ ଅନ୍ତର୍ଗତ ତମ୍ପାଳ ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା। ଯାହା ସଧାରଣ ଲୋକଙ୍କ ଆଖିରେ ଲୁହ ନିଗାଡି ଦେବ। ସୁଚନା ଅନୁଯାୟୀ ତମ୍ପାଳ ଗ୍ରାମରେ ନାପିତ କାର୍ଯ୍ୟ କରି ନିଜର ପରିବାର ପୋଷୁଥିବା ନିରଞ୍ଜନ ବାରିକ ଅର୍ଥାଭାବରୁ ଲୀଭର୍ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ଗତ ୨୨ତାରିଖରେ ମୃତ୍ୟୁ ବରଣ କରିଛନ୍ତି। ନା ଅଛି ଘର ଢ଼ିଅ, ନା ଅଛି ଜମିଜମା। ଗାଁ ପୋଖରୀ ହୁଡାରେ ଖଣ୍ଡିଆ ପଲିଥିନ୍ ଘୋଡ଼ା ଘରେ ରହୁଛନ୍ତି ଅନାଥ ତିନି ଝିଅ, ବିଧବା ସ୍ତ୍ରୀ ଓ ବୁଦ୍ଧା ମା। ପୁରୁଷ ଶୂନ୍ୟ ହୋଇ ସାରିଛି ପରିବାର। ଏକମାତ୍ର ରୋଜଗାରକ୍ଷମ ନିରଞ୍ଜନ ଆରପାରିକୁ ଚାଲିଗଲା ପରେ ରାହା ଓ ସାହା ହରାଇଛନ୍ତି ପରିବାର। ଗାଁ ଲୋକେ ମିଶି ମୃତ ନିରର ସତ୍କାର କରିଥିବା ବେଳେ କାହାର ସାହାର୍ଯ୍ୟ ସହାୟତାକୁ ଆଶା ବାନ୍ଧି କରିବେ ଶୁଦ୍ଧିକ୍ରିୟା। ତିନୋଟି ଅନାଥ ବଢିଲା ଝିଅ କୁ ବିଧବା ମା କେମିତି ଚଳିବେ, କେମିତି ପଢ଼ିବେ ଏନେଇ ଚିନ୍ତାରେ ସମସ୍ତେ। ଏଣୁ ମାତ୍ର ୪୫ବୟସରେ ଅକାଳ ମୃତ୍ୟୁ ବରଣ କରିଥିବା ନିରଞ୍ଜନ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାହାର୍ଯ୍ୟ ପ୍ରଦାନ କଲେ ସେମାନେ ଆଗକୁ ବଢ଼ି ପାରିବେ।

ଏଥି ସହିତ ସ୍ଥାନୀୟ ସମାଜସେବୀ ଓ ଲୋକମାନେ ସାହାର୍ଯ୍ୟ କଲେ ତିନି ଅନାଥ ଝିଅ ପାଠ ପଢ଼ି ମଣିଷ ହେବେ ବୋଲି ସ୍ଥାନୀୟ ସ୍ବେଚ୍ଛାସେବୀ ମାନେ କହିଛନ୍ତି। ଦୁଃଖଦ ଘଟଣା ଖବର ପାଇଁ ନିମାପଡ଼ା ଅଞ୍ଚଳର ସାମାଜିକ ଅନୁଷ୍ଠାନ ମାତୃଶକ୍ତି ଟ୍ରଷ୍ଟ ବୋର୍ଡ ସଭାନେତ୍ରୀ ଜ୍ୟୋଷ୍ଣମୟୀ ସ୍ବାଇଁ, ସମ୍ପାଦିକା ଜୟଶ୍ରୀ ପାତ୍ର, ସୁକାନ୍ତି ନାୟକ, ଲକ୍ଷ୍ମୀପ୍ରିୟା ବେହେରା, ଉପଦେଷ୍ଟା ଦୁର୍ଯ୍ୟଧନ ସ୍ବାଇଁ, ସମାଜସେବୀ ରଞ୍ଜିତ କେଶରୀ ନାୟକ ପହଞ୍ଚି କିଛି ମାତ୍ରାରେ ଆର୍ଥିକ ପ୍ରୋତ୍ସାହନ କରିବା ସହିତ ଆଗକୁ ସହାୟତା ଯୋଗାଇ ଦେବାକୁ ଆଶ୍ଵାସନା ଦେଇଛନ୍ତି। ଏଥି ସହିତ ଅନ୍ୟ ସମାଜସେବୀ ଓ ସରକାର ତାଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *