ଜଗତସିଂହପୁର ଜିଲ୍ଲା ସଦରମହକୁମାଠାରେ କିସକିଟ ପକ୍ଷରୁ ଗଣଦୌଡ

-ଜଗତସିଂହପୁର ଜିଲ୍ଲା ସଦରମହକୁମାଠାରେ କିସକିଟ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷନେଇ ସ୍ଥାନୀୟ କଲେଜଛକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଯାଇଥିଲା । କଲେଜଛକଠାରେ ଏହି ଗଣଦୌଡ଼କୁ ପତାକା ହଲାଇ ଜିଲ୍ଲା ପରିଷଦ ଅଧକ୍ଷ୍ୟ ମନୋଜ କୁମାର ଭୋଇ ଓ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ ଉଦଘାଟନ କରିଥିଲେ । ପରେ ଗଣଦୌଡ଼ କଲେଜ ଛକରୁ ଜିଲ୍ଲା ପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସେଠାରେ ଅନୁଷ୍ଠିତ ସଭାରେ ଅନ୍ୟ ମୁଖ୍ୟଅତିଥିଭାବେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ,ସମ୍ନାନିତ ଅତିଥିଭାବେ ପୂର୍ବତନ ପୋୖରାଧ୍ୟକ୍ଷ ମଧୁସୂଦନ ସାହୁ , ଜିଲ୍ଲା ଆଥଲେଟିକ ଆସୋସିଏସନର ସଭାପତି ଦୋଳଗୋବିନ୍ଦ ଦାସ ,ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ, ଜଗତସିଂହପୁର କଳିଙ୍ଗ ଟିଭି ଜିଲ୍ଲା ପ୍ରତିନିଧି ଶୁଭଙ୍କର ଜେନା ଯୋଗଦେଇ କୀଟ କିସ ଦ୍ୱାରା ଆୟୋଜିତ ଏହି ଗଣଦୌଡର ଲକ୍ଷ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅତିଥୀମାନଙ୍କୁ ଶୁବଙ୍କର ଜେନା ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଅତିଥିମାନଙ୍କ ଦ୍ୱାରା ସମସ୍ତ ଗଣଦୌଡ଼ରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସାର୍ଟିପିକେଟ ପ୍ରଦାନ କରାଯାଇଥିଲା ।

ଜଗତସିଂହପୁର ରୁ ରୀତା ସାହୁ reporter

Leave a Reply

Your email address will not be published. Required fields are marked *