ଦ୍ୱିତୀୟ କାମାକ୍ଷାନଗର ମହୋତ୍ସବ, ଉଦଘାଟିତ ହେଲା ପଲ୍ଲିଶ୍ରୀ ମେଳା
, ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ରେ ଦ୍ୱିତୀୟ କାମାକ୍ଷା ନଗର ମହୋତ୍ସବ ଅବସରରେ ପଲିଶ୍ରୀ ମେଳା ଉଦଘାଟିତ ହୋଇଛି l ଏହି ମେଳାର ଉଦ୍ଘାଟନୀ ଉତ୍ସବ ରେ ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ,ତହସିଲଦାର ପ୍ରିୟବ୍ରତ ଦାସ,ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ,ପ୍ରମୁଖ ଉପସ୍ଥିତ ରହିଥିଲେ l ଏହି ମେଳା ରେ ଫୁଡକୋର୍ଟ, ଦୋଳି ମେଳା, ବୟନିକା ଷ୍ଟଲ ଇତ୍ୟାଦି ରହିଛି l ବିଭିନ୍ନ ଜିଲ୍ଲା ରୁ ଏସଏଜି ଗ୍ରୁପ ସବୁ ଆସି ଏଠାରେ ଷ୍ଟଲ ପକାଇଛନ୍ତି l ଏହି ଅବସର ରେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଓ ଅନ୍ୟ ମାନେ ପଲ୍ଲିଶ୍ରୀ ମେଳା, ଦୋଳିମେଳା, ଫୁଡ କୋର୍ଟ ବୁଲି ଦେଖିବାସହ ବିଭିନ୍ନ ଖାଦ୍ୟ ର ମଜା ନେଇଥିଲେ l ଏହି ମେଳା ରେ ରାଜ୍ୟ ର ବିଭିନ୍ନ ଜିଲ୍ଲା ରୁ ହସ୍ତଶିଳ୍ପ, ସମ୍ବଲପୁରୀ ଶାଢ଼ୀ, ମାଟି ର ସୁନ୍ଦର ଘରକରଣା ଜିନିଷ, ଇତ୍ୟାଦି ପଡିଥିଲା ବେଳେ ବହୁ ସଂଖ୍ୟାରେ ଜନସାଧାରଣ ଏହି ମେଳା ବୁଲି ଆନନ୍ଦ ନେବାପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି l
