ବିଜେପି ରେ ମିଶିଲେ ବିଜେଡ଼ି ଓ କଂଗ୍ରେସ କର୍ମୀ
ବିଜେପି ରେ ମିଶିଲେ ବିଜେଡ଼ି ଓ କଂଗ୍ରେସ କର୍ମୀ ।ନିମାପଡା -28/1 ନିମାପଡା ନିର୍ବାଚନ ମଣ୍ଡଳୀରେ ବିଜେପି ପାର୍ଟି କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଥିଲା l ଯଶ୍ବସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଶୈଳୀ ଓ ଭାରତ କୁ ବିଶ୍ଵଦରବାର ବିଶ୍ଵଗୁରୁ ର ମାନ୍ୟତା ଦେବାରେ ପ୍ରମୁଖଭୁମିକାରେ ଅବତୀର୍ଣ୍ଣ ହୋଇ ଥିବା ରୁ ଏଥିରେ ଉଦବୁଦ୍ଧ ହୋଇ ଏବଂ ନିମାପଡା ର ନାରୀ ନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ଦୃଢ ନେତୃତ୍ୱ ଏବଂ ତାଙ୍କର କାର୍ଯ୍ୟ ଶୈଳୀ ରେ ଆସ୍ଥା ଓ ବିଶ୍ୱାସ କରିଏରବଙ୍ଗପଞ୍ଚାୟତ ର ଅ କ୍ଷେୟଜେନା, ସୁକାନ୍ତ ପ୍ରଧାନ, ରାଜେଶ ମାଝୀ,ଲବଙ୍ଗ ବେହେରା, ମିନାଦାସ, ତିଳତୋମା ବେହେରା, ରଜନୀ ମହାରଣା, ଵିମଳି, ରବିକାଣ୍ଡି, ଜସ୍ୱବନ୍ତ ମହାନ୍ତି, ଶ୍ରୀଧର ଭୋଇ ବୁଲା ଜେନା, ତୋଫାନ ଜେନା, ସ୍ୱାଧୀନ ଭୋଇ, ନରେନ୍ଦ୍ର ସାହୁ ସର୍ବେଶ୍ୱର ଦାସ ପରିବାର ସହ ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ପଞ୍ଚାୟତ ସଭାପତି ସନ୍ତୋଷ କୁମାର ସାମନ୍ତରାୟ ଙ୍କ ନେତୃତ୍ୱ ରେ ବିଜେପି ରେ ଆନୁଷ୍ଠାନିକ ଭାବରେ ଯୋଗ ଦେଇ ବିଜେପି ରେ ନିଷ୍ଟାର ସହ କାର୍ଯ୍ୟ କରି ପଂଚାୟତ ରେ ବିଜେପିକୁ ସୁଦୃଢ଼ କରିବା ପାଇଁ ଶପଥ ନେଇଥିଲେ l ଏଥିରେ ସମସ୍ତ ମଣ୍ଡଳ ସଭାପତି ଓ ବରିଷ୍ଠ ନେତୃତ୍ୱ ଉପସ୍ଥିତ ଥିଲେ l ମାନନୀୟା ପ୍ରଭାତୀ ପରିଡା ସମସ୍ତ ନୂତନ ଭାବରେ ବିଜେପି ରେ ଯୋଗ ଦେଇଥିବା କାର୍ଯ୍ୟକର୍ତ୍ତାଙ୍କୁ ଉତ୍ତରୀୟ ଦେଇସଂମ୍ମାନିତ କରିଥିଲେ l
