କିଟ୍ ଓ କିମ୍ସ ଆନୁକୁଲ୍ୟରେ ନୂଆଗାଁ ବ୍ଲକ୍ ରେ ୬ଷ୍ଠ ମିନି ମାରାଥନ ଅନୁଷ୍ଠିତ
କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ ଙ୍କ କିଟ୍ ଓ କିମ୍ସ ଆନୁକୁଲ୍ୟରେ ନୂଆଗାଁ ବ୍ଲକ୍ ରେ ୬ଷ୍ଠ ମିନି ମାରାଥନ ଅନୁଷ୍ଠିତ୨୮ ଜାନୁଆରୀ ୨୦୨୪ ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ସଦ ମହକୁମାରେ କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ ଙ୍କ କିଟ୍ ଓ କିସ୍ ଆନୁକୁଲ୍ୟରେ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି।ସୂଚନା ଥାଉକି ନୂଆଗାଁ ବ୍ଲକ୍ ସମ୍ମୁଖରୁ ଶତାଧିକ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ଗଣଦୌଡ଼ କରି ବଜାର ଅତିକ୍ରାନ୍ତ କରି ବିଜୁ ଯୁବ ଭବନ ଠାରେ ପହଞ୍ଚିଥିଲେ । ଏହି ମିନି ମାରାଥନ କୁ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଗଣଦୌଡ ବିଜୁ ଯୁବ ଭବନ ଠାରେ ପହଞ୍ଚିବା ପରେ ଏକ ସଭା ଅନୁଷ୍ଠିତ ହେଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶିକ୍ଷା ସମସ୍ତ ଙ୍କ ପାଇଁ ଯେଉଁ ବାର୍ତ୍ତା କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ ଦେଇଛନ୍ତି ତାହା ବାସ୍ତବିକ୍ ଉଚ୍ଚ କୋଟୀର ବୋଲି କହିଥିଲେ। ତତ୍ ସହିତ ଏଭଳି ମିନି ମାରାଥନ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ବ୍ୟାୟାମଆମ ଶରୀର ପ୍ରତି କେତେ ଉପାଦେୟ ତାହା କହିଥିଲେ।ତତ୍ ସହିତ ସାଂସଦ ଙ୍କୁ ଧନ୍ୟବାଦ ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା,ସମାଜ ସେବୀ ଶଙ୍କର୍ଷଣ ବେହେରା,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, କିମ୍ସ ଫିଲ୍ଡ ଅଫିସର୍ ପ୍ରମୋଦ ବାରିକି,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,ଆତ୍ମା ଅଧ୍ୟକ୍ଷ ସଂଜୀବ କୁମାର ସାହୁ,ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,ଗୋଲଖ ବିହାରୀ ଗୋଚ୍ଛାୟତ, ଶିବଦତ ପାତ୍ର, ହୃଦାନନ୍ଦ ଶାସମାଲ, ନିତୁନ ପରିଡ଼ା,ସଞ୍ଜୀବ କୁମାର ଡାକୁଆ,ସୁଶାନ୍ତ କୁମାର ପଢ଼ିଆରୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ କୁ ସାଂସଦ ଙ୍କ ବ୍ଲକ୍ ସଂଯୋଜକ ସୁବ୍ରତ ପରିଡ଼ା ପରିଚାଳନା କରିଥିଲେ।
