ରାଇକିଆ ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳ ଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସଭାଗୃହ ମଧ୍ୟ ରେ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ରେ ୫୩ ଗୋଟି ଅଭିଯୋଗ ତଥା ଆବେଦନ ପଞ୍ଜିକୃତ ହୋଇଥିବାବେଳେ ମୋଟ ୪୬ ଗୋଟି ଶୁଣାଣି ହୋଇଛି ଏବଂ ୭ ଟି ଆବେଦନକାରୀ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଅଛି।, ବିଶେଷ ଭାବେ ଶହୀଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ମାଆଙ୍କୁ ଜମିଯୋଗଣ ସହ ଭଉଣୀ ଅନିମା ପ୍ରଧାନଙ୍କୁ ସରକାରୀ ଚାକିରୀରେ ଥଇଥାନ ନିମନ୍ତେ ସରକାର ଙ୍କ ନିର୍ଦ୍ଦେଶ ଥିବା ସତ୍ୱେ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ ପଞ୍ଜିକୃତ ରୁ ଜଣାପଡିଛି।

ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ ଭୋଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାସୁଦେବ ସ୍ୱାଇଁ ,ପି. ଆଇ. ଟି. ଡି. ଏ. ବାଲିଗୁଡ଼ା କୃପାସିନ୍ଧୁ ବେହେରା ,ବିଡିଓ ସୀମାଞ୍ଚଳ ମଣ୍ଡଳ,ତହସିଲଦାର ସୁଭଦ୍ରା ମୁଣ୍ଡିକା ଏବଂ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିବା ବେଳେ ବ୍ଲକ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
