ବାଲିଗୁଡାରେ ନୂତନ ଉପ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ
ବାଲିଗୁଡା, ତା-୨୯.୦୧.୨୦୨୪ଗତ ୨୨.୦୧. ୨୦୨୪ ତାରିଖ ସୋମବାର ଦିନ ରାଜ୍ୟ ସରକାରଙ୍କ ଦ୍ୱାରା ଆଇ ଏ ଏସ ସ୍ତରରେ ବଦଳୀ ନିମନ୍ତେ ଜାରି କରାଯାଇଥିବା । ଆଦେଶ ଅନୁଯାୟୀ ଆଜି ବାଲିଗୁଡା ନୂତନ ଉପଜିଲ୍ଲାପାଳ ଭାବେ *ଡ଼ ରୀନା ପ୍ରଧାନ* କାର୍ଯ୍ୟଭାର ଗ୍ରହଣ କରିଛନ୍ତି, ସେ ପୂର୍ବରୁ କେ.ବି.କେ ଅଂଚଳରେ ଡାକ୍ତର (ଆସିଷ୍ଟାଣ୍ଟ ସର୍ଜନ) ଭାବେ କାର୍ଯ୍ୟରତ ଥିବାବେଳେ ଗତ ୨୦୨୧ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ପ୍ରଶିକ୍ଷଣପରେ ବାଲିଗୁଡା ଉପଜିଲ୍ଲାପାଳ ଭାବେ ପ୍ରଥମ କରି କାର୍ଯ୍ୟଭାର ଗ୍ରହଣ କରି ଖୁସି ବ୍ୟକ୍ତ କରିବା ସହ ଉପଖଣ୍ଡର ଉନ୍ନତୀ ନିମନ୍ତେ ସମସ୍ତ ବିଭାଗର ସମନ୍ୱୟ ରଖି କାର୍ଯ୍ୟ କରିବା ଏବଂ ଆଗାମୀ ସାଧାରଣ ନିର୍ବାଚନ -୨୦୨୪ କୁ ସୁରୁଖୁରୁ ଭାବେ ସମ୍ପାଦନ କରିବା ନିମନ୍ତେ ମତ ରଖିଛନ୍ତି । କାର୍ଯ୍ୟର ପ୍ରଥମ ଦିବସରେ ଉପଜିଲ୍ଲାପାଳ ମହୋଦୟା ସାଧାରଣ ନିର୍ବାଚନ ସମ୍ପାଦନ ପ୍ରକ୍ରିୟା ବିଷୟରେ ପଚାରି ବୁଝିବା ସହିତ କାର୍ଯ୍ୟାଳୟ ପରିଷର ଏବଂ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟରେ ହେବାକୁଥିବା ଇଭିଏମ ଷ୍ଟ୍ରଙ୍ଗ ରୁମ ପରିଦର୍ଶନ କରିଥିଲେ ।
ବାଲିଗୁଡା ରୁ ଭବାନି ଶଙ୍କର ଜେନା
