ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କପିଳାସ ରେ ବାର୍ଷିକ ଉତ୍ସବ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କପିଳାସ ରେ ବାର୍ଷିକ ଉତ୍ସବ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର କପିଳାସ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ନିଶାମଣି ଦେଇ ଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ମାସ ଏକ ତିରିଶ ତାରିଖ ପୂର୍ବାହ୍ନ ରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛିଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ଜିଲ୍ଲା ମଙ୍ଗଳ ଅଧିକାରୀ ରୁଦ୍ର ପ୍ରସନ୍ନ ପରିଜା ଉପସ୍ଥିତ ହୋଇ ବିଭିନ୍ନ ମହାପୁରୁଷଙ୍କ ଉଦାହରଣ ଦେଇ ଛାତ୍ରୀ ମାନେ ସେମାନଙ୍କ ପଥ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଥିଲେ।

ମୁଖ୍ୟ ବକ୍ତା ରୂପେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଉପସ୍ଥିତ ହୋଇ କଠୋର ପରିଶ୍ରମ କରି ସଫଳତା ର ଶେଷ ପାହାଚରେ ପହଞ୍ଚିବା ପାଇଁ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଭଲ ମଣିଷ ହେବା ପାଇଁ ସ୍ବପ୍ନ ଦେଖିବା ପାଇଁ ମଧ୍ୟ ବକ୍ତବ୍ୟ ରଖିଥିଲେ। ସମ୍ମାନୀତ ଅତିଥି ଭାବେ ଦେଓଗାଁ ଗ୍ରାମ ପଞ୍ଚାୟତ ର ସରପଞ୍ଚ ବିଜୟ କୁମାର ଦେହୁରୀ ବିଦ୍ୟାଳୟ ର ଅସୁବିଧା ଦୂର କରିବା ପାଇଁ ଚେଷ୍ଟା କରିବା ପାଇଁ ବକ୍ତବ୍ୟ ରଖିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗଁଦିଆ ବ୍ଳକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମନୋରଞ୍ଜନ ସାହୁ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବିଶ୍ଵନାଥପୁର ର ଭାରପ୍ରାପ୍ତ ଅଧ୍ୟକ୍ଷ ମାନସ ରଂଜନ ପାଣିଗ୍ରାହୀ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟ ତରଫରୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ମଞ୍ଚିସୀନ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭିକ ସଙ୍ଗୀତ ବିଦ୍ୟାଳୟ ର ଛାତ୍ରୀ ମାନେ ଉପସ୍ଥାପନା କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ସନ୍ତୋଷିନୀ ହୋତା ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ମନୋସିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ଶିକ୍ଷକ ଶିକ୍ଷୟିତ୍ରୀ ଦୁର୍ଗେଶ ନନ୍ଦିନୀ ନନ୍ଦ, ପୁଷ୍ପଲତା କଅର, ନନ୍ଦିନୀ ରାଉଳ, ଶିବାନୀ ମିଶ୍ର, ଦିପ୍ତିମୟୀ ପ୍ରଧାନ କାର୍ଯ୍ୟାଳୟ ସହାୟିକା ପଦ୍ମିନୀ ଭୋଇ, ଓ ଅନ୍ୟ କର୍ମଚାରୀ ମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ବିଦ୍ୟାଳୟ ତରଫରୁ କୃତି ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟ ମୋ ସ୍କୁଲ୍ ଅଭିଯାନ ସଭାପତି, ପରିଚାଳନା ପରିଷଦ ସଭାପତି ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମେରା ଭାରତ ମହାନ୍ ଉପରେ ବିଭିନ୍ନ ନୃତ୍ୟ ଓ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା।
