ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡ଼ିଶା ସାରା ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଭଗବାନପୁର ପଞ୍ଚାୟତ ଅନ୍ତର୍ଗତ ଭଗବାନପୁର , ପଦରାଇସୁଣି, ମୂର୍ଗାପଲ୍ଲି, ରୁମାପଲ୍ଲି,କାଠଗଡା , ଗୁନଡ୍ରିବାଡ଼ି ଓ ମାଣିଆକାଠି ଆଦି ଅଞ୍ଚଳର ଶତାଧିକ ବିଜେଡି କର୍ମୀ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ । ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏହାର ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମ ଭଗବାନପୁର ପଞ୍ଚାୟତ ର ବରିଷ୍ଠ ବିଜେଡି ନେତା ସୁଧୀର ମହାଙ୍କୁଡ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବା ସହିତ ପିଲି ପାତ୍ର, ବିଚିତ୍ର ପାତ୍ର ସହଯୋଗ କରିଥିଲେ । ପୁଷ୍ପମାଲ୍ୟ ଅର୍ପଣ ପାଇଁ ଗ୍ରାମ ରୋଜଗାର ସେବକ ଦାଇତ୍ୱ ନିର୍ବାହ କରିଥିବା ବେଳେ ଗ୍ରାମ ସେବକ ସମସ୍ତ କାର୍ଯ୍ୟଭାର ପରିବହନ କରିଥିଲେ । ଉପସ୍ଥିତ ସମସ୍ତ ବିଜେଡି କର୍ମୀ ଓ ସ୍ଥାନୀୟ ଜନସାଧାରଣ ଆମ ଓଡ଼ିଶା ନବୀନ ଓଡ଼ିଶା ର ଉପକାରିତା ସଂପର୍କରେ ଅବଗତ ହେବା ସହିତ ଭୋଜନ ସାରି ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଦଳୀୟ କାର୍ଯ୍ୟକ୍ରମ ସାଙ୍ଗକୁ” କାଜଲ କାଜଲ”ଗୀତରେ ଝୁମିଲେ ସ୍ଥିନୀୟ ଲୋକେ ।
