ଗଣମାଧ୍ୟମ ହେଉଛି ଗଣ ସମାଜର ତୃତୀୟନେତ୍ର

।ପୁରୀ ତା ୦୪/୦୨: ଦି ମିଡିଆ କର୍ତ୍ତବ୍ୟ ରତ ସାମ୍ବାଦିକ, ଲେଖକ, ସ୍ତମ୍ବକାର ଫୋରମ ପକ୍ଷରୁ ୧୯ ତମ ପ୍ରତିଷ୍ଠା ଦିବସ ଅବସରରେ ସାମାଜିକ ଦାୟିତ୍ୱ ବୋଧ ଓ ଗଣ ମାଧ୍ୟମ ଶୀର୍ଷକ ଆଲୋଚନା ଚକ୍ର ସଂସ୍କୃତି ଭବନ ପରିସର ରେ ପ୍ରଫେସର ଅଭିମନ୍ୟୁ ଭୁଇଁଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବରେ ନ୍ୟାୟମୂର୍ତି ମାନସ ରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ଉଦଘାଟନ କରି କହିଲେ ବର୍ତ୍ତମାନ ସମୟରେ ଗଣମାଧ୍ୟମ ସାମାଜିକ ଦାୟିତ୍ୱ ସହ ରାଷ୍ଟ୍ର ଦାୟିତ୍ୱ ବୋଧକୁ ସମନ୍ବିତ କରି ତଥ୍ୟନିଷ୍ଟ ଓ ସତ୍ୟ ଖବର ପରିବେଷଣ କରିବା ଉଚିତ।ସକାଳର ସେହି ପହିଲ ଖବର ଗଣଚେତନାର ଉତ୍କୃଷ୍ଟ ପ୍ରତିବିମ୍ବ ଓ ପ୍ରତିଧ୍ୱନି ଦିଗରେ ଗଣମାଧ୍ୟମ କର୍ମକର୍ତ୍ତା ମାନେ ତୃତୀୟ ନେତ୍ର ପ୍ରୟୋଗ କରିବା ଉଚିତ। ସମ୍ମାନିତ ଅତିଥି ଭାବରେ ଐତିହାସିକ ମଦମ ମୋହନ ମହାପାତ୍ର, ବରିଷ୍ଠ ଆଇନିଜୀବୀ ପୁଷ୍କର ମହାପାତ୍ର, ପ୍ରାକ୍ତନ ବ୍ୟାଙ୍କ ଅଧିକାରୀ କୈଳାଶ ଚନ୍ଦ୍ର ସାହୁ, ଶିକ୍ଷାବିତ ବିଜୟଲକ୍ଷ୍ମୀ ଦାଶ, ଯୁଗ୍ମ ଶାସନ ସଚିବ ଡ଼ଃ ସଂଗ୍ରାମ କେଶରୀ ସାମନ୍ତରାୟ, ସଂଯୋଜକ ଶିବସୁନ୍ଦର ମିଶ୍ର,ପ୍ରମୁଖ ମଞ୍ଚସିନ ଥିଲେ।

ଉତ୍ସବ ପ୍ରାରମ୍ଭରେ ଦି ମିଡିଆ ର ସଭାପତି ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ସାମ୍ବାଦିକ ସରୋଜ କୁମାର ମିଶ୍ର ଆଲୋଚନା ଚକ୍ର ର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ଆଲୋଚନା ଚକ୍ରରେ ଡା ରାନୁମିଶ୍ର, ଶିକ୍ଷାବିତ ପ୍ରଭାତଚନ୍ଦ୍ର ରଥ,ସାମ୍ବାଦିକ ପ୍ରଦୀପ କୁମାର ନାୟକ, ନୃସିଂହ ଚରଣ ମହାନ୍ତି, ନାରାୟଣ ସିଂ, ସୁବୋଧ ସୁବୁଦ୍ଧି, ଡ଼ଃ ସସ୍ମିତା ମିଶ୍ର, ଡ଼ଃ ଦିଲ୍ଲୀପ ସେନାପତି, ବିଜୟ ଚରଣ ମହାନ୍ତି, ଦାଶରଥି ମହାପାତ୍ର, ଆଶାଲତା ପ୍ରଧାନ, ଅନ୍ନପୂର୍ଣ୍ଣା ଦେବୀ, ସଦାଶିଵ ମିଶ୍ର, ଚିନ୍ମୟୀ ମିଶ୍ର, ଅଧିବକ୍ତା ରତିକାନ୍ତ ପ୍ରତିହାରୀ, ଭବାନୀ ପ୍ରସାଦ ବଳିଆରସିଂ, ମଞ୍ଜୁଶ୍ରୀ ମିଶ୍ର, ମିନତୀ ମିଶ୍ର, ଜୟନ୍ତୀ ମହାପାତ୍ର ପ୍ରମୁଖ ନିଜନିଜର ମତ ରଖିଥିଲେ। ଏହି ଅବସରରେ ବାଇକଣ୍ଟିଆ ସାହିତ୍ୟ ପତ୍ରିକାର ସ୍ୱତନ୍ତ୍ର ସଂଖ୍ୟା ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା ବେଳେ ବିଭିନ୍ନ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ତପନ କୁମାର ସେଠୀ, ଅଶୋକ କୁମାର ମିଶ୍ର, କରୁଣାକର ଭୋଳ, ବେଣୁଧର ପାତ୍ର ସହଯୋଗ କରିଥିଲେ।ପରିଶେଷରେ ସ୍ତମ୍ବକାର ଗୁରୁଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *