ଓଡ଼ିଶା ସରକାରଙ୍କ “ନୂଆଓଡ଼ିଶା” କାର୍ଯ୍ୟକ୍ରମ

ଓଡ଼ିଶା ସରକାରଙ୍କ “ନୂଆଓଡ଼ିଶା” କାର୍ଯ୍ୟକ୍ରମ ଅଧୀନରେ,ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ପ୍ରଥମ ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ ଅବସରରେ ଆଜି ଦିବା ୧୧ ଘଟିକା ସମୟରେ ସରକାରୀ ଆଇଟିଆଇ ପ୍ରାଙ୍ଗଣରେ, କର୍ମଚାରୀ ଓ ଛାତ୍ରଛାତ୍ରୀ ଙ୍କ ଦ୍ଵାରା “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ର ସାମୁହିକ ଗାନ ହୋଇଥିଲା।ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ର ଟ୍ୟାଗଲାଇନ୍ ରହିଛି ‘ଭାଷା ହିଁ ଭବିଷ୍ୟତ’।

ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠାନ ଆନୁକୂଲ୍ୟରେ *”ସଂଯୋଜିତ ଯୁବ ବିକାଶ ପ୍ରୋଗ୍ରାମ”* ଏବଂ *”ନୂଆ ଓଡ଼ିଶା ଓଡ଼ିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ”* ମଧ୍ୟ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବ ରେ ମୂଖ୍ୟ ଅତିଥି ଡି.ଏସ୍‌.ଡି.ଇ.ଓ.ପୁରୀ ଶ୍ରୀ ସୁବାଶ ଚନ୍ଦ୍ର ବେହେରା,ଜି.ଏମ୍‌. ଡି.ଆଇ.ସି ପୁରୀ ଶ୍ରୀ ଅମୁଲ୍ୟ ରତ୍ନ ପଣ୍ଡା, ଅନୁଷ୍ଠାନ ର ଅଧ୍ୟକ୍ଷ ଇଂ. ଅରୋବିନ୍ଦ ଘୋଷ ଯୋଗ ଦେଇ ଛାତ୍ରୀଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ। ଏହିକ୍ରମ ରେ “ନୂଆ-ଓଡିଶା ଓଡ଼ିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ” ଅଧୀନରେ ବିଭିନ୍ନ ପ୍ରତିଯୋଗିତା ଯଥା, ଓଡିଆ ସଙ୍ଗୀତ, ଲୋକନୃତ୍ୟ,ଓଡିଆ ପ୍ରବନ୍ଧ ଲିଖନ, ଓଡ଼ିଆ ପ୍ରଶ୍ନୋତ୍ତର, ଓଡ଼ିଆ ବକ୍ତୃତା ଓ କାହାଣୀ କଥନ, ଓଡ଼ିଆ ହସ୍ତାକ୍ଷର ଏବଂ ବ୍ୟାକରଣ ଦକ୍ଷତା ର ସଫଳ ପ୍ରତିଯୋଗୀ ପୁରସ୍କୃତ ହୋଇଥିଲେ। ଅନୁଷ୍ଠାନ ର ପ୍ରଶିକ୍ଷକ ଶ୍ରୀ ଶରତ ଚନ୍ଦ୍ର ମହାରଣା ଏବଂ କ୍ରୀଡା ପ୍ରଶିଖିକା ମହେଶ୍ୱତା ପଢ଼ିଆରୀ ଙ୍କ ତତ୍ୱାବଧାନରେ ବିଭିନ୍ନ କାର୍ଯ୍ୟକ୍ରମ ସଫଳ ରୂପେ ସମ୍ପାଦିତ ହୋଇଥିଲା।

Leave a Reply

Your email address will not be published. Required fields are marked *