ଜନ ସାଧାରଣ ଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଆମ ଚେଷ୍ଟା
ସାଇତ୍ରିବେଣୀ ହେଲ୍ଥ୍ କେୟାର ପକ୍ଷରୁ ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି l ବ୍ୟାସନଗର ଚୋରଦା ସ୍ଥିତ କଲ୍ୟାଣ ଜୁଏଲାର୍ସ ସମ୍ମୁଖରେ ରେ‘ ସାଇତ୍ରିବେଣୀ ହେଲ୍ଥ୍ କେୟାର’ ପଲିକ୍ଲିନିକ୍ ର ଶୁଭ ଉଦ୍ଘାଟନ ହୋଇଯାଇଛି lଏହି ପଲିକ୍ଲିନିକ ଜଶସ୍ୱୀ ପାତ୍ର ଓ ଡଃ ହର୍ଷିତା ପୃଷ୍ଟିଙ୍କ ଦ୍ବାରା ଫିତାକାଟି ଉଦ୍ଘାଟନ କରାଯାଇଥିଲା l ଏଠାରେ ବିଶେଷଜ୍ଞ ଡାକ୍ତର, ଅଭିଜ୍ଞ ଷ୍ଟାଫ୍, କମ୍ପ୍ୟୁଟରାଇଜ୍ଡ ଲାବ୍ରୋଟାରୀ, ଡେ’ କେୟାର ,କେୟାର ୟୁନିଟ୍, ଡାଇଗୋଷ୍ଟିକ୍ ସର୍ଭିସ୍, ଫାର୍ମାସୀ, ଅସ୍ଥିଶଲ୍ୟ ସମ୍ବନ୍ଧୀୟ ପଟି ଓ ଉପକରଣ (ଅର୍ଥୋଟିକ୍), ଫିଜିଓଥେରାପି, ଚାଇଲ୍ଡ କେୟାର ପ୍ରଡକ୍ଟ ସମେତ ଅନ୍ୟାନ୍ୟ ବହୁ ଅତ୍ୟାଧୁନିକ ସ୍ଵାସ୍ଥ୍ୟସେବା ଯୋଗାଇ ଦେବାର ସୁବିଧା ରହିଛି l ଏହି ଉଦ୍ଘାଟନ ଉତ୍ସବ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ବହୁ ରୋଗୀଙ୍କ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ କରାଯାଇଥିଲା l ଏହା ଏକ ଅତ୍ୟାଧୁନିକ ପଲିକ୍ଲିନିକ୍ ହିସାବରେ ବ୍ୟାସନଗର ଓ ଏହାର ଆଖପାଖ ଅଞ୍ଚଳରେ ଅସ୍ଥିଶଲ୍ୟ ଚିକିତ୍ସା ନିମନ୍ତେ ଏହା ଖ୍ୟାତି ଅର୍ଜନ କରିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ reporter
