ଗଂଜାମ ଜିଲ୍ଲାରେ ଫେବ୍ରୁଆରୀ୧୬ ଧର୍ମଘଟକୁ ସଫଳ କରିବା ପାଇଁ CITU ର ପ୍ରସ୍ତୁତି

ଗଂଜାମ ଜିଲ୍ଲାରେ ଫେବ୍ରୁଆରୀ୧୬ ଧର୍ମଘଟକୁ ସଫଳ କରିବା ପାଇଁ CITU ର ପ୍ରସ୍ତୁତି।ବ୍ରହ୍ମପୁର – ଆଜି ଭାରତର ଟ୍ରେଡ଼ ୟୁନିୟନ କେନ୍ଦ୍ର ଗଂଜାମ ଜିଲ୍ଲା କମିଟି ପକ୍ଷରୁ ଆସନ୍ତା ଫେବ୍ରୁଆରୀ ୧୬ ଗ୍ରାମାଞ୍ଚଳ ଧର୍ମଘଟ ଓ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଛି। ଦରବୃଦ୍ଧି, ବେକାରୀ,ବ୍ୟାଙ୍କ, ବୀମା, ରେଳବାଇର ବିକ୍ରୀ,ଚାଷୀ ଫସଲ ପାଇଁ ସହାୟକ ମୂଲ୍ୟ, ସର୍ବନିମ୍ନ ଦରମା ୨୬ ହଜାର,ପୁରୁଣା ପେନସନ ଲାଗୁକରିବା, ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ସାମାଜିକ ସୁରକ୍ଷା, ଏବଂ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ଏହି ଦାବୀ ନେଇ ଧର୍ମଘଟ ର ପ୍ରସ୍ତୁତିରେ ଆଲୋଚନା କରିଥିଲେ । ଏହି ଆଲୋଚନା ରେ citu ପକ୍ଷରୁ ଜିଲ୍ଲାର ଯୁଝିଷ୍ଟିର ବେହେରା, ପ୍ରତାପ ଚୌଧୁରୀ, ସିବିପ୍ରସାଦ ମହାପାତ୍ର ଙ୍କ ସହ ବିଭିନ୍ନ ସଂଗଠନର ନେତା ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *