ପଞ୍ଚୁପାଣ୍ଡବ ମହୋତ୍ସବ ର ତୃତୀୟ ସନ୍ଧ୍ୟା
ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ହାଇସ୍କୁଲ ପଡିଆରେ ଐତିହ୍ୟ କଳା ସଂସ୍କୃତିକୁ ନେଇ ୩ୟ ସନ୍ଧ୍ୟାରେ ପଞ୍ଚୁପାଣ୍ଡବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲା ବିଧାୟକ ତଥା ମହୋତ୍ସବ କମିଟିର ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ପଞ୍ଚୁପାଣ୍ଡବ ମହୋତ୍ସବ ସମ୍ପର୍କରେ ନିଜ ଚୁମ୍ବକ ମାଧ୍ୟମରେ ଅତି ସୁନ୍ଦର ଭାବରେ ପ୍ରକାଶ କରିଥିଲେ, ମୁଖ୍ୟ ବକ୍ତା ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ,ବିଶିଷ୍ଟ ଅତିଥି ଏଲିନା ଦାସ , ସମ୍ମାନିତ ଅତିଥି ସୁନନ୍ଦା ସାହୁ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ସ୍ନେହାଶିଷ ସାହୁ ,୧୦ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ସତ୍ୟଭାମା ନାୟକ ପ୍ରମୁଖ ମଞ୍ଚାସିନ ଥିଲେ । ଏଥି ସହିତ ସମସ୍ତ ଅତିଥି ଓ ସାମ୍ୱାଦିକ ମାନଙ୍କୁ ଉପଢ଼ୌକନ ଓ ମାନପତ୍ର ସହ ପୁଷ୍ପବୋଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ମହୋଦୟ । ନୂଆଗାଁ କଲେଜର ପୂର୍ବତନ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ ମଞ୍ଚ ପରିଚାଳନା କରିଥିବା ବେଳେ ରମେଶ ଚନ୍ଦ୍ର ପ୍ରଧାନ ଅର୍ପଣ ଦେଇଥିଲେ । ୩ୟ ସାନ୍ଧ୍ୟ କାର୍ଯ୍ୟକ୍ରମରେ କୋରଡ଼ା ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନୂଆଗାଁ ବନ୍ଦନା, ସ୍ଥାନୀୟ କଳାକାର ଏବଂ ଖୋର୍ଦ୍ଧା ଅନୁଷ୍ଠାନ ଦ୍ଵାରା ବନ୍ଦେ ମାତରଂ – ସିଂଘମ ନୃତ୍ୟ , ନବରଙ୍ଗପୁର ଆଦିବାସୀ ନୃତ୍ୟ, ବଲାଙ୍ଗୀର ଘୁଡୁକା – ତୁଷୁରା, ସିନେ ତାରକା କୁକି ସ୍ବାଇଁ, କଣ୍ଠ ଶିଳ୍ପୀ ଜୟଶ୍ରୀ ଓ ସାଥୀ କଳାକାର ମାନଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ଝୁମିଲେ ହଜାର ହଜାର ଦର୍ଶକ ଦୁଲୁକିଲା ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲୀଶ୍ରୀ ମେଳା ସାଂସ୍କୃତିକ ମଞ୍ଚ ।
