ଶୁଭାରମ୍ଭ ହେଲା ଲକ୍ଷ୍ମୀ ବସ ସେବା
ଆଜି ମୁଖ୍ୟତଃ ସ୍ୱାସ୍ଥ୍ୟ ସେବା, ଶିକ୍ଷା ଓ ସାମାଜିକ କାର୍ଯ୍ୟ ପାଇଁ ତୃଣମୂଳ ସ୍ତରରେ ଗ୍ରାମାଞ୍ଚଳ ଲୋକ ମାନେ କିପରି ଗମନାଗମନର ସୁବିଧା ପାଇ ପାରିବେ ସେଥିପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ତାଳଚେର ବ୍ଲକରେ “ଲକ୍ଷ୍ମୀ ବସ “ର ଶୁଭାରମ୍ଭ କରିଛନ୍ତି ମାନ୍ୟବର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ। ଉକ୍ତ କାର୍ଯ୍ୟକ୍ରମରେ ତାଳଚେର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ହେମଲତା ମହାନ୍ତି, ତାଳଚେର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶ୍ରୀ ଚିନ୍ମୟ ଚେତନା ଦାସ, ତାଳଚେର ବ୍ଲକର ସରପଞ୍ଚ, ସମିତି ସଭ୍ୟ, ତାଳଚେର ପୌର ପରିଷଦର କାଉନସିଲର ଙ୍କ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।*
