ମାଘସପ୍ତମୀ ବୁଡ କୁ ନେଇ ସମୟ ନିର୍ଘଣ୍ଟ

ମାଘ ସପ୍ତମୀ ନୀତି ସମ୍ପାଦନ ବୈଠକ ରାତି ୪.୩୪ ରେ ଚନ୍ଦ୍ରଭାଗାରେ ମାଘସପ୍ତମୀ ବୁଡ କୁ ନେଇ ସମୟ ନିର୍ଘଣ୍ଟ । କୋଣାର୍କ:୬।୨, ଜ୍ଞାନ ରଞ୍ଜନ ବିଶ୍ଵାଳ ବିଶ୍ୱପ୍ରସିଦ୍ଧ ମାଘସପ୍ତମୀ ବୁଡ ଚଳିତଜାନୁୟାରୀ ୧୫ ଓ ୧୬ ତାରିଖରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ରେ ତିନି ଠାକୁର ଙ୍କୁ ନେଇ ହେବ ମାଘ ସପ୍ତମୀ ବୁଡ଼। ଏଥି ନିମନ୍ତେ ମଙ୍ଗଳବାର ଅପରାହ୍ନରେ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ନୀତି ସମ୍ପାଦନ ବୈଠକ ଅନୁଷ୍ଠିତହୋଇଯାଇଛି । ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରରେ ମାହେନ୍ଦ୍ରବେଳାରେ ତିନି ଠାକୁରଙ୍କ ଚନ୍ଦ୍ରଭାଗା ତୀର୍ଥକୁ ଶୋଭାଯାତ୍ରା ଓ ସ୍ନାନ ନୀତି ନିର୍ଘଣ୍ଟ ନିର୍ଦ୍ଧାରଣ ତିନି ଠାକୁରଙ୍କ କର୍ତ୍ତା ସଂଜୟ ରାଉତରାୟଙ୍କ ସମେତ ତିନି ଠାକୁରଙ୍କ ସେବାୟତ ଓ ବିମାନବାହାକ ମାନେ ବୈଠକରେ ଉପସ୍ଥିତ ରହି ମାଘମେଳା ପାଇଁ ଠାକୁରଙ୍କ ନୀତିନିର୍ଘଣ୍ଟ ଚୁଡ଼ାନ୍ତ କରିଥିଲେ। ନିଷ୍ପତ୍ତି ଅନୁଯାୟୀ ଫେବୃୟାରୀ ୧୫ତାରିଖ ରାତି ୯ ଟାରୁ ୯.୫୫ ମଧ୍ୟରେ ମାଧିପୁର ଗ୍ରାମର ଶ୍ରୀଶ୍ରୀ ତ୍ରିବେଣୀଶ୍ବର,ସନ୍ଥପୁର ଗ୍ରାମର ଇସାନେଶ୍ବର, କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ନିଜ ନିଜ ଆସ୍ଥାନରୁ ବାହାରି ବିମାନ ବିଜେ କରିବେ। ତିନିଠାକୁର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ପ୍ରତି ବର୍ଷ ପରି ପ୍ରଥମେ ଏନଏସି କାର୍ଯ୍ୟାଳୟରେ ରାତି ୧୨ ଘଣ୍ଟିକା ରେ ପହଁଚିଠାକୁରମାନଙ୍କ ନୀତି ସଂପାଦିତ ହେବାପରେ ରାତି ଘ ୧.୩୦ ମିନିଟ ରେ ତିନି ଠାକୁର ଶୋଭାଯାତ୍ରାରେ ଚନ୍ଦ୍ରଭଗା ତୀର୍ଥ ଅଭିମୁଖେ ଯିବେ । ବାଟରେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଓ ପୂର୍ତ୍ତବିଭାଗ ଡ଼ାକବଙ୍ଗଳା ନିକଟରେ ତିନିଠାକୁର ସାମୟିକ ଭାବେ ରହି ଭୋଗ ଖାଇବେ ।ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ରାତି ୩ସୁଧା ପହଁଚିବେ । ସେଠାରେ ପହଞ୍ଚିବା ପରେ ତିନି ଠାକୁରଙ୍କ ‌ମହୋଦଧି ସ୍ନାନ ଓ ତୀର୍ଥ ସ୍ନାନ କରାଯିବ । ୧୬ ତାରିଖ ସପ୍ତମୀ ତୀଥିରେ ମାହେନ୍ଦ୍ରବେଳା ୪ଟା ୩୪ ମଧ୍ୟରେ ପବିତ୍ର ତୀର୍ଥ ଜଳରେ ତିନିଠାକୁର ସ୍ନାନ କରିବେ । ପରେ ରାତି ୪ଟା୫୦ରୁ ସାଧୁସନ୍ଥ ଓ ଅପେକ୍ଷାରତ ଶ୍ରଦ୍ଧାଳୁମାନେ ସ୍ନାନ କରିବାର ସୁଯୋଗ ପାଇବେ।

Leave a Reply

Your email address will not be published. Required fields are marked *