ପଞ୍ଚୁପାଣ୍ଡଵ ମହୋତ୍ସଵ ଓ ପଲିଶ୍ରୀ ମେଳା ଶେଷ ସଂନ୍ଧ୍ୟା

ନୟାଗଡ଼ ଜିଲ୍ଲା ନୂଆଗାଁ ଐତିହାସିକ ପଞ୍ଚୁପାଣ୍ଡଵ ମହୋତ୍ସଵ ଓ ପଲିଶ୍ରୀ ମେଳା ଶେଷ ସଂନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି.ଅପରାହ୍ନ ରେ ଆରମ୍ଭ ହୋଇଯାଇଥିଲା ଶେଷ ଅପରାହ୍ନର ଆଞ୍ଚଳିକ କଳାକାର ମାନଙ୍କ ଦ୍ୱାରା ସୁନ୍ଦର ନୃତ୍ୟ, ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ମହୋତ୍ସବ ପଡିଆ ଲୋକର୍ଣ୍ଣ ରେ ଭରପୁର ହୋଇଉଥିଲା. ସ୍ୱାଦିଷ୍ଟ ଖାଦ୍ୟ ସହିତ ବ୍ରେକ ଡାନ୍ସ, ଟ୍ରେନ, ସେଲ୍ଫି ପଏଣ୍ଟ କୁ ସୁଇଟ କର୍ଣ୍ଣ ମଜା ସହିତ ଚାର୍ଟ ମଜା ନେଇଥିଲେ ଦର୍ଶକ. ମନକୁ ମୋହିଲା ସ୍ଵନ୍ଦର ତୋରଣ ମନମୋହିଥିଲା.ମୁଖ୍ୟ ଅତିଥି ଭାବରେ ନୟାଗଡ଼ ଅତିରିକ୍ତ ଆରକ୍ଷୀଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା,ମୁଖ୍ୟ ବକ୍ତା ନିରୁପମା ଖଟେଇ, ପାଞ୍ଚପାଣ୍ଡଵ ମହୋତ୍ସବ କମିଟି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, କାର୍ଯ୍ୟକାରୀ ସଭାପତି ପଞ୍ଚୁପାଣ୍ଡଵ ମହୋତ୍ସବ ଶଙ୍କର୍ଷଣ ବେହେରା, ଅତିଥି ଭାବରେ ହେମନ୍ତ କୁମାର ନାୟକ, ତହସିଲଦାର ନୂଆଗାଁ, ସମାଜ ସେବି ଶୁଭ୍ରାଂଶୁ ଶେଖର ସେନାପତି ଉପସ୍ଥିତ ରହିଥିଲେ.ମାନ୍ୟବର ବିଧାୟକ ନିଜ ଅଭିଭାଷଣ ମାଧ୍ୟମରେ ଓଡିଶା ସରକାରଙ୍କର ବିଭିନ୍ନ ଯୋଜନା କିଭଳି ସରକାରୀ ସ୍ତରରେ କରାଯାଉଛି.

ସ୍କୁଲ, କଲେଜ, ମହାବିଦ୍ୟାଳୟ ମଧ୍ୟରେ ଶିକ୍ଷାକୁ ଆଗେଇ ନେବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି. ତତ ସହିତ ଶ୍ରୀମନ୍ଦିର ପ୍ରକଳ୍ପ, ଓଡ଼ିଆ ଭାଷାସମିଳନୀ ଆବଶ୍ୟକତା ଓ ଆମେ ଓଡ଼ିଆ, ପଢୁ ଓଡ଼ିଆ କହୁ ଓଡ଼ିଆ. ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷାକୁ ବିଶ୍ୱ ସ୍ତରୀୟ କରିବାରେ ପାଈଁ ଚେଷ୍ଟା କରିଛନ୍ତି ସେତଜିପାଇଁ ଧନ୍ୟବାଦ ଦେଇଥିଲେ. ଆଞ୍ଚଳିକ କଳାକାର ମାନଙ୍କ ନୃତ୍ୟ ଗୀତକୁ ଭୂଇ ଆସି ପ୍ରଶଂସା କରିଥିଲେ.ସମସ୍ତ ମଂଚାସୀନ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ତତ ସହିତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରି ସେବା କାର୍ଯ୍ୟକ୍ରମ ଶେଷ ହୋଇଥିଲା.ତତ ପରେ ପାଞ୍ଚାଳୀ ପୁସ୍ତକ ଉନ୍ମୋଚନ କରାଯାଇଥିଲା. ସମସ୍ତ ମଂଚାସୀନ ଅତିଥି ପୁସ୍ତକ ଦେଖାଇ ଉନ୍ମୋଚନ କରିଥିଲେ.ନୂଆଗାଁ ଡିଗ୍ରୀ କଲେଜ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୟାଗଡ଼ ବନ୍ଦନା ନୃତ୍ୟ ପରିବେଷଣ ହୋଇଥିଲା.ସାସୋତ ତ୍ରିପାଠୀ ଙ୍କ ଦ୍ୱାରା ସମ୍ୱଲପୁରୀ ନୃତ୍ୟ ଗୀତରେ ଝୁମିଥିଲେ ଦର୍ଶକ.ମାଲକାନଗିରି ଲୋକାନୃତ୍ୟ ଘୁଡକା ମନମୋହିତ ସଭିଙ୍କୁ.ଶେଷରରେ ସବୁ ପ୍ରତୀକ୍ଷାର ଅନ୍ତ ସାରିଥିଲା. ଆରମ୍ଭ ହୋଇଥିଲା ଲଟେରୀ ଉଠାଣ।ଲଟେରୀ ଫଳାଫଳ ପ୍ରଥମ ପ୍ରାଇଜ଼ ହେରୋହୋଣ୍ଡା ସ୍ପେନ୍ଦର ବିଜେତା ଲଟେରୀ ନଂ ୪୨୭୭ ପ୍ରଧାନ ଶିକ୍ଷକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭାଲିଆ ପଦର (ଗତେରୀ ), ଦ୍ୱିତୀୟ ପ୍ରାଇଜ ଏସି ବିଜେତା ଲଟେରୀ ନଂ ୨୦୪୮ ସସ୍ମିତା ସାହୁ, ତୃତୀୟ ପ୍ରାଇଜ ଓପୋ ମୋବାଇଲେ ଲଟେରୀ ନଂ ୯୩୧୭ ବିଜେତା ବେଣୁଧର ପ୍ରଧାନ ଦାନ୍ତୁରା, ଗୁମି. ଘୋଷଣା ହୋଇଥିଲା. ଶେଷରେ ସମସ୍ତ କମିଟି ମେମ୍ବର ଉପସ୍ଥିତରେ ମହୋତ୍ସବ ପତକା ଅବତରଣ କରାଯାଇଥିଲା,।ନୂଆଗାଁ ଉଚ୍ଚ ବିଦ୍ୟାଳୟ ମାଧ୍ୟମିକ ବିଦ୍ୟାଳୟ ଛତ୍ର ଛାତ୍ରୀ ୪ଦିନ ଧରି ମହୋତ୍ସବ ଶୃଙ୍ଖଳା ସହିତ ପରିମଳ ପାଈଁ ଚେଷ୍ଟା କରିଥିଲେ ସେଥିପାଇଁ ମହୋତ୍ସଵ କମିଟି ଦ୍ୱାରା ସମସ୍ତ ଛାତ୍ର ଛାତ୍ରୀ ଓ କ୍ରୀଡା ଶିକ୍ଷକଙ୍କୁ ଧନ୍ୟବାଦ ଦେବା ସହିତ ସନ୍ନମାନିତ କରାଯାଇଥିଲା.

Leave a Reply

Your email address will not be published. Required fields are marked *