ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ

ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ ଉପଲକ୍ଷେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଓଡ଼ିଶା ସଙ୍ଗୀତ ପରିଷଦ ସଭାଗୃହରେ ଭାଷା ପରିଷଦ ପକ୍ଷରୁ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ଏଥିରେ ଭାଷା ପରିଷଦର ସଭାପତି ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ସଭାପତିତ୍ବ କରିଥିଲେ। ଏହି ଅବସରରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଦିଗରେ ଆମର ଭୂମିକା ସମ୍ପର୍କରେ ଉପସ୍ଥିତ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ର, ଡକ୍ଟର ହେମନ୍ତ କୁମାର ଛୋଟରାୟ, ଡକ୍ଟର ଅଶୋକ ମହାନ୍ତି, ବଦ୍ରି ମିଶ୍ର, ହରିଶଙ୍କର ମିଶ୍ର, ଅନାମ ଚନ୍ଦ୍ର ସାହୁ, ଅନନ୍ତ ପ୍ରଧାନ, ଉମାକାନ୍ତ ମହାପାତ୍ର, ସନ୍ନ୍ୟାସୀ ନାୟକ, ନଳିନୀକାନ୍ତ ନାୟକ, ପ୍ରସନ୍ନ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଅତିଥି ମାନେ କହିଥିଲେ ଯେ କବି ଅଛନ୍ତି ମାନେ ଭାଷା ଅଛି। ସାହିତ୍ୟର ବିଭିନ୍ନ ବିଭାଗରେ ରଚନାବଳୀ ଆମ ଭାଷାକୁ ବଞ୍ଚାଇ ରଖିଛି । ଯୁଗ ପ୍ରଭାବରେ କିଏ ଇଂରାଜୀ ମାଧ୍ୟମ ଶିକ୍ଷାକୁ ସହଜ ମନେ କରୁଛନ୍ତି ହେଲେ ମାତୃଭାଷାରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବାକୁ ହେବ

। ନିଜ ମାତୃଭାଷାକୁ ଉପେକ୍ଷା ନକରି ନିଜକୁ ସେହି ଭାଷାରେ ସମୃଦ୍ଧ, ସହଜ, ସରଳ ହେବାକୁ ହେବ । ଓଡିଆ ଭାଷା ଆମର ପ୍ରିୟ ହେବା ଦରକାର। ନିଜ ମାତୃଭାଷାକୁ ଭଲ ନପାଇଲେ ଆମେ ଅନ୍ୟ ଭାଷାକୁ ଭଲ ଭାବେ ବୁଝିପାରିବା ନାହିଁ। ଏ ଦିଗର ମଧୁସୂଦନ ରାଓଙ୍କ ଅବଦାନ ଅତୁଳନୀୟ। ଆଜି ବି ଅନେକ ସେ ବହିରୁ ନିଜ ପାଇଁ କିଛି ଶିଖୁଛନ୍ତି। ପରସ୍ପର ସହିତ କଥା, ଚିଠି ପତ୍ର ଆଦାନ ପ୍ରଦାନ ହିଁ ଆମ ଭାଷାକୁ ବଞ୍ଚାଇ ପାରିବ । ଚିଠିର ପ୍ରଚଳନ, ଓଡିଆରେ ଦସ୍ତଖତ, ନିମନ୍ତ୍ରଣ ପତ୍ର ଇତ୍ୟାଦି ପ୍ରତି ଆମର ଆଗ୍ରହ କମିଯାଇଛି। ନିଜ ଘରୁ ଏସବୁ ପ୍ରତି ପ୍ରୟାସ ହେବା ସମୟ ଆସିଛି। ଅନ୍ୟମାନଙ୍କ ମଧ୍ୟରେ ମିନତୀ ମିଶ୍ର, ଶ୍ୟାମପ୍ରକାଶ ସେନାପତି, ଶରତ କୁମାର ମିଶ୍ର, ଜାନକୀ ବଲ୍ଲଭ ଦାଶ, ଅଶୋକ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ଭାଷା ପରିଷଦର ଆବାହକ ପ୍ରିୟପତ୍ର ସମ୍ପାଦକ ବିପିନ ବିହାରୀ ଦଳାଇ ସ୍ୱାଗତ ଓ ଆଭିମୁଖ୍ୟ ଜଣାଇଥିଲେ, ଆରତୀ ଜେ ଦାସ ଆଲୋଚନାଚକ୍ରକୁ ସଂଯୋଜନା କରିଥିବା ବେଳେ ସମାଜସେବୀ ଚକ୍ରଧର ମହାପାତ୍ର ନିଜର ମତ ରଖି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *