ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ନିମନ୍ତେ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ୧୨/୩: ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ମାର୍ଚ୍ଚ ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ପୁରୀ ଜିଲ୍ଲାର ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ୪୦ ଜଣ ଅଧିକାରୀ ଓ କର୍ମକର୍ତ୍ତାଙ୍କୁ ନେଇ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ତାଲିମ କେନ୍ଦ୍ର, ଡି. ଆଇ. ଇ. ଟି, ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଡ଼ଃ ବିରଜା ଶଙ୍କର ରଥ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, ପୁରୀ ଉଦଘାଟନ କରିଥିଲେ। ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହା ପରେ ସନ୍ତୋଷ କୁମାର ସାହୁ, ଏଲ. ପି. ଓ ଶିଶୁ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ ଆଇନ ଉପରେ ଆଲୋଚନା କରିଥିଲେ। ଅନୁଷ୍ଠାନରେ ପ୍ରବେଶ ଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ ଥିବା ଆଇନ ଗତ ଦିଗ ଉପରେ ଆଲୋଚନା କରିଥିଲେ ପୂର୍ବତନ ଶିଶୁ ମଙ୍ଗଳ କମିଟି ସଦସ୍ୟ ରମା ଶଙ୍କର ପାତ୍ର। ଏହା ସହିତ ଟି. ନାରାୟଣ ରାଓ ଏନ. ଏଚ. ଏମ ର ଜିଲ୍ଲା ପ୍ରକଳ୍ପ ପରିଚାଳକ ଓ ପୁରୀ ସଦର ତହସିଲଦାର ଅଭିଷେକ ଦାଶ ଯଥାକ୍ରମେ ଶିଶୁ ଯତ୍ନ ଅନୁଷ୍ଠାନ ରେ ରହୁଥିବା ଶିଶୁ ଓ ସେମାନଙ୍କ ପରିବାର ସମ୍ପର୍କିତ ସ୍ୱାସ୍ଥ୍ୟ ଓ ରାଜସ୍ବ ଅଧିକାର ବିଷୟରେ ଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ଶିଶୁ ଯତ୍ନ ଅନୁଷ୍ଠାନ ରେ ଚିନ୍ତା ମୁକ୍ତ ହେଇ କାର୍ଯ୍ୟ କରିବାର ଉପାୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ପୂର୍ବତନ ମହିଳା କମିଶନ ତଥା କିଶୋର ନ୍ୟାୟ ପରିଷଦର ସଦସ୍ୟା ନମ୍ରତା ଚଢ଼ା। ସୁରକ୍ଷା ଅଧିକାରୀ ସ୍ନିଗ୍ଧାରାଣୀ ସାହୁ ଶିଶୁ ମାନଙ୍କର ଅଣ ଅନୁଷ୍ଠାନିକ ଯତ୍ନ ଓ ପରିବାର ସମିଶ୍ରଣ ଉପରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ସମର୍ଥା ଶିଶୁ ଯତ୍ନ ଅନୁଷ୍ଠାନ ର ଅନ୍ତେବାସୀଙ୍କ ଶିକ୍ଷା ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା ମାଧ୍ୟମରେ ସମାଧାନ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ଼ଃ ଅଜିତ ମହାପାତ୍ର ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ଅଂଶଗ୍ରହଣକାରୀ ଙ୍କ ମତାମତ ଶୁଣିଥିଲେ ଓ ନିଷ୍ଠାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ। ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ମିଶନ ବାତ୍ସଲ୍ୟ, ଶିଶୁ ଯତ୍ନ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ତାଲିମ୍ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର କର୍ମଚାରୀ ରୋଜାଲିନ ପାତ୍ର ଓ କମଳା ମହାରଣା ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *