ହକ ପାଇଁ ସାମ୍ବାଦିକଙ୍କ କଳାବ୍ଯାଚ ପରିଧାନ କରି ପ୍ରତିବାଦ

କୋଣାର୍କ,୧୪.୦୩- ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ଜନସାଧାରଣ ମାନଙ୍କ ନାର୍ଯ୍ଯ ଦାବି ରାଜ୍ୟ ସରକାରଙ୍କ ପାଖରେ ଖବର ମାଧ୍ୟମରେ ଉପସ୍ଥାପନ କରୁଥିବା କୋଣାର୍କ କାର୍ଯ୍ୟରତ ସାମ୍ବାଦିକ ମିଳିତ କ୍ରିୟା କମିଟି ପକ୍ଷରୁ କୋଣାର୍କ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ କଳା ବ୍ଯାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବରେ ନିଜର ମୌଳିକ ସୁବିଧା ଓ ହକ ପାଇଁ ଧାରଣା ଦେଇଥିଲେ। ଖବରରୁ ପ୍ରକାଶ ଯେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସମେତ ସମଗ୍ର ରାଜ୍ୟରେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କରଙ୍କ ଆହ୍ବାନ କ୍ରମେ ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କୋଣାର୍କ ରାଜାରାମ ମଠ ପରିସରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ କୋଣାର୍କ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକମାନେ କଳା ବ୍ଯାଚ ପରିଧାନ କରି ହକ ପାଇଁ ଶାନ୍ତି ପୂର୍ଣ୍ଣ ଭାବେ ଧାରଣାରେ ବସିଥିଲେ। ସମଗ୍ର ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସମେତ କୋଣାର୍କ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା, ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପିତା ଓ ମାତାଙ୍କ ନାମ ସାମିଲ ସହ ବୀମା ରାଶି ପରିମାଣ ବୃଦ୍ଧି କରିବା ଓ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ମାସିକ ଦରମା ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୀରବତା ନୀତି ଅବଲମ୍ବନ କରିବା ଘଟଣାକୁ ନେଇ ସମଗ୍ର ରାଜ୍ୟ ତଥା କୋଣାର୍କ ଠାରେ ସାମ୍ବାଦିକ ମାନେ କଳା ବ୍ଯାଚ ପରିଧାନ କରିଥିଲେ। ସରକାରଙ୍କ ପକ୍ଷରୁ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖବର ସଂଗ୍ରହ ପାଇଁ ଯାଉଥିବା ସାମ୍ବାଦିକ ମାନେ କଳା ବ୍ଯାଚ ପରିଧାନ କରିବା କାର୍ଯ୍ୟ ଅବ୍ୟାହତ ରଖିବା ପାଇଁ ପେଶାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ମତବ୍ୟକ୍ତ କରିଥିଲେ। ଏହି କଳା ବ୍ଯାଚ ପରିଧାନ ଧାରଣାରେ ଉତ୍କଳ ସାମ୍ବାଦିକ ସଂଘର କାର୍ଯ୍ଯକାରିଣୀ ସଦସ୍ଯ ସାମ୍ବାଦିକ ସଂଜୟପତି, ସାମ୍ବାଦିକ ଭାଗୀରଥୀ ସ୍ଵାଇଁ, ମାନସ ରଞ୍ଜନ ପାତ୍ର, ଜ୍ଯୋତିରାଜ ମହାନ୍ତି, ମନୋରଞ୍ଜନ ପଣ୍ଡା, ଧନଞ୍ଜୟ ବେହେରା, ଅଜିତ କୁମାର ମଲ୍ଲିକ, ବିଚିତ୍ର ଓଝା, ସୁକାନ୍ତ କୁମାର ବିଶ୍ବାଳ, ନିରଞ୍ଜନ ବାରିକ, ଅଭୟ କୁମାର ନାୟକ, ତାରକେଶ୍ବର ବରାଳ, ସ୍ବାଧୀନ ନାୟକ, ପ୍ରଦୀପ କୁମାର ଛାଟୋଇ, ଗଣେଶ ଚନ୍ଦ୍ର ବେହେରା, ଦେବୀ ପ୍ରସାଦ ନାୟକ, ଗୋପବନ୍ଧୁ ପତି, ଅରୁଣ କୁମାର ବିଶ୍ବାଳ ଓ ଗଙ୍ଗାଧର ବେଉରାଙ୍କ ସମେତ ୨୫ରୁ ଉର୍ଦ୍ଧ୍ବ ସାମ୍ବାଦିକ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *