ବିଜେପି ପ୍ରେସମିଟ

ଆସନ୍ତା ୧୯ ତାରିଖରେ ଭାରତର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସୁଛନ୍ତି। ତେବେ ଓଡିଶା ଗସ୍ତରେ ଆସିବା ପରେ ଦୁଇ କେନ୍ଦ୍ରମନ୍ତ୍ରୀ ପୁରୀ ଜିଲ୍ଲାକୁ ଆସି ଜନ ଆର୍ଶୀବାଦ ଲୋଡିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରରୁ ବାହାରିବା ପରେ ପ୍ରଥମେ ଉଭୟ ପୁରୀ ଆସି ପତିତପାବନଙ୍କ ଆଶୀର୍ବାଦ ନେବେ। ପୁରୀ ଛାଡିବା ପରେ ଉତ୍ତରାଛକ ଠାରେ ଜିଲ୍ଲା ବିଜେପି ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ପରେ ପିପିଲି, ସତ୍ୟବାଦୀର ସାକ୍ଷୀଗୋପିନାଥଙ୍କୁ ଦର୍ଶନ ଓ ବକୁଳ ବନବିଦ୍ୟାଳୟ ପରିଦର୍ଶନ କରି ପଞ୍ଚସଖାଙ୍କ ସମାଧୀପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ତେବେ ଉଭୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ସିଧାସଳଖ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିବା ସହ ପୁରୀର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ପୁରୀ ବିଧାୟକ ତାଙ୍କୁ ଅବଗତ କରାଇବେ। ଏହାଛଡା ପିପିଲି ଓ ପୁରୀ ପାଇଁ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ କରିବାକୁ ଶିକ୍ଷା ମନ୍ତ୍ରୀଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଅନୁରୋଧ କରାଯିବ। ସେହିପରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଜିଲ୍ଲାରେ ରେଳପଥ ବିକାଶ ଉପରେ ମଧ୍ୟ କିଛି ପ୍ରସ୍ତାବ ଦିଆଯିବ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *