ଇଲେକ୍ଟ୍ରି କଟେଣ୍ଟ ଲାଗି ହେଲପର ମୃତ୍ୟୁ
ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ନିକଟରେ 11KV ତାର ଲାଗି ଚାଲିଗଲା ହାଈୱା ହେଲପରର ଜୀବନ । ଆଜି ଅପରାହ୍ନ ସମୟରେ ଏହି ଦୁର୍ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଅଲଣାହାଟ ଗଉଡୁଣି ପଡିଆ ନିକଟସ୍ଥ ପଦ୍ମପୁର ଗ୍ରାମରେ । ତାପଙ୍ଗରୁ ଗୋଡି ବୋଝେଇ ହାଇୱା ପଦ୍ମପୁର ଗ୍ରାମରେ ଅନଲୋଡିଙ୍ଗ କରୁଥିବା ସମୟରେ ଗାଡିର ହେଲପର 11KV ବିଦ୍ୟୁତ ତାରରେ ଲାଗି ମୃତ୍ୟୁବରଣ କରିଛି । ପରେ ସଂଗେ ସଂଗେ ଗୁରୁତର ଅବସ୍ଥାରେ ସଦର ମହକୁମା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାକୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ମୃତ ହାଇୱାର ହେଲପରକୁ ପୋଷ୍ଟମୋର୍ଟମ ପାଇଁ ମୁଖ୍ୟଚିକିତ୍ସାଳୟରେ ରଖାଯାଇଛି । ହାଇୱା ଡ୍ରାଇଭରକୁ ଜଗତସିଂହପୁର ପୋଲିସ ଅଟକ ରଖିଛି । ମୃତ ହେଲପର କଟକ ଜିଲ୍ଲା ଅଡସପୁର ଅଞ୍ଚଳର ଇଚ୍ଛାପୁର ଗ୍ରାମର ସାଗର ସିଂ ଙ୍କ ସଝିଆଁ ପୁଅ ବୁଧନାଥ ସିଂ। ବୟସ ୨୦ ବର୍ଷ । ମାତ୍ର ୩ ଦିନ ହେଲା ଉକ୍ତ ହାଇୱା ଗାଡ଼ିରେ ହେଲପର ଭାବେ କାମ କରୁଥିଲେ। ଏଭଳି ଦୁଃଖ ଦାୟକ ଘଟଣା ପାଇଁ ବିଦ୍ୟୁତ ବିଭାଗକୁ ଲୋକମାନେ ଦାୟୀ କରୁଥିବାର ଦେଖିବାକୁ ମିଳିଛି । ବହୁତ କମ ଉଚ୍ଚତାରେ ବିଦ୍ୟୁତ ତାର ଝୁଲି ରହିଥିବାରୁ ଏଭଳି ଦୁଃଖଦାୟକ ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।
ଜଗତସିଂହପୁର ରୁ Rita ସାହୁ
