ବିଳମ୍ବିତ ରାତିରେ ବ୍ୟବସାୟୀ ଙ୍କ ଗ୍ୟାରେଜ ରେ ବୋମାମାଡ଼ପିକଅପ ଭ୍ୟାନ ସମେତ ଜାଳିଦେଲେ ୮୦ ହଜାର ରୁ ଉର୍ଦ୍ଧ ଟଙ୍କାର ଗୁଟଖା

କାମାକ୍ଷାନଗର ଥାନା ସାଇବିହାର ଲେନ ରେ ଥିବା ମାଷ୍ଟର ଭେରାଇଟ ଷ୍ଟୋର ର ମାଲିକ ସରୋଜ ଭୂଷଣ ମହାନ୍ତି ଙ୍କ ଗ୍ୟାରେଜ ରେ ବିଳମ୍ବିତ ରାତିରେ ବୋମାମାଡ଼ କଲେ ଦୁର୍ବୁତ୍ତ l ଗ୍ୟାରେଜ ରେ ଥିବା ପିକଅପ ଭ୍ୟାନ ସମେତ ଆନୁମାନିକ ୮୦ହଜାର ଟଙ୍କାର ଗୁଟଖା ଜଳିପୋଡି ପାଉଁଶ l ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର ର ବିଶିଷ୍ଟ ବ୍ୟବସାୟୀ ସରୋଜ ଭୂଷଣ ମହାନ୍ତି ଙ୍କ ଗ୍ୟାରେଜ ଘରେ କୌଣସି ଦୁର୍ବୁତ୍ତ ବୋମାମାଡ଼ କରିବା ସହ ପେଟ୍ରୋଲ ଲଗାଇ ଗ୍ୟାରେଜ ରେ ଥିବା ପିକଅପ ଭ୍ୟାନ ଓ ଏକ ଦାମୀ ଫରଚ୍ୟୁନର ଗାଡି ଜାଳିଦେଇଛନ୍ତି l ପିକଅପ ଭ୍ୟାନ ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା ବେଳେ ଦାମୀ ଫରଚ୍ୟୁନର ଗାଡି ର କାଚ କୁ ବୋମାମାଡ଼ କରାଯାଇଛି l ଏ ସମ୍ପର୍କ ରେ ଖବରପାଇ ସରୋଜ କାମାକ୍ଷାନଗର ଅଗ୍ନିଶମ ବାହିନୀ ଓ ପୋଲିସ କୁ ସୂଚନା ଦେଇଥିଲେ l ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିବା ବେଳେ ପୋଲିସ ଘଟଣା ର ଅଧିକ ତଦନ୍ତ ଜାରି ରଖିଛି l

Leave a Reply

Your email address will not be published. Required fields are marked *