ବହୁ ଦାବି ପରେ ସହରରେ ଷ୍ଟ୍ରିଟ ଲାଇଟ ଲାଗିବା ପାଇଁ ଯୋଜନାର ଶୁଭାରମ୍ଭ
ବହୁ ଦାବି ପରେ ସହରରେ ଷ୍ଟ୍ରିଟ ଲାଇଟ ଲାଗିବା ପାଇଁ ଯାଜପୁର ରୋଡ଼ ସ୍ଥିତ ଥାନା ଛକରେ ପୌର ପରିଷଦ ପକ୍ଷରୁ ଯୋଜନାର ଶୁଭାରମ୍ଭ ହୋଇଯାଇଛି l ପ୍ରକାଶ ଯୋଗ୍ୟ ବ୍ୟାସନଗର ସହରର ପ୍ରତେକ ଗଳିକନ୍ଦିରେ ଷ୍ଟ୍ରିଟ ଲାଇଟ ଲଗେଇବା ପାଇଁ ସହରବାସୀ ଓ ବିଭିନ୍ନ ୱାର୍ଡର କାଉନସିଲର ମାନେ ଦାବି କରୁଥିଲେ l ଏହି ଦାବିକୁ ଦୃଷ୍ଟିରେ ରଖି ପୌର ପରିଷଦ ପକ୍ଷରୁ ଥାନା ଛକରେ ପ୍ରଥମେ ଷ୍ଟ୍ରିଟ ଲାଇଟ ଲଗାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି l ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ଉପାଧକ୍ଷ ସୁବାଷ ଚନ୍ଦ୍ର ବଳ ଓ ସ୍ଥାନୀୟ କାଉନସିଲର ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି l ତେବେ ସହରରେ ୩୮ଶହ ଲାଇଟ ପୋଷ୍ଟ ଆବଶ୍ୟକ ଥିବା ବେଳେ ପ୍ରଥମ ପର୍ଯାୟରେ ୨୮ଶହ ଲାଇଟ ପୋଷ୍ଟ ଆସିଥିବା ସୂଚନା ମିଳିଛି
