ପୁରୀ ଜିଲ୍ଲାର ବ୍ରହ୍ମଗିରିକୁ NAC ମାନ୍ୟତା
ପୁରୀ ଜିଲ୍ଲାର ବ୍ରହ୍ମଗିରିକୁ NAC ମାନ୍ୟତା ପାଇଁ ଏକ ପ୍ରତନିଧି ମଣ୍ଡଳୀ ଆଜି ଲୋକସଭା ଭବନ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ରଙ୍କୁ ଭେଟି ଜନସାଧାରଣଙ୍କ ତରଫରୁ ଆନୁଷ୍ଠାନିକ ଭାବେ NAC ମାନ୍ୟତା ପାଇଁ ବ୍ରହ୍ମଗିରି ପୂର୍ବତନ ବିଧାୟକ

ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ଉପସ୍ଥିତିରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ବ୍ରହ୍ମଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ରତ୍ନବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ, ସମବାୟ ନିର୍ଦେଶକ ଭଗବାନ ନାୟକ, ପୂର୍ବତନ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ, ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ ଓ ଭୁବନପୁର ପଞ୍ଚାୟତ ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ଆଲୋକ ପ୍ରଧାନ ଏବଂ କହଳପଦା ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ଅକ୍ଷୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
