ନିର୍ବାଚନ କୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ ପରାମର୍ଶ
ନିର୍ବାଚନ କୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ ପରାମର୍ଶ।ବିନା ଭୟ ବା ପକ୍ଷପାତିତାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ।ପୁରୀ ୧୫/୩ ନିର୍ବାଚନ ଘୋଷଣା ହେବା କ୍ଷଣି ସମସ୍ତ କର୍ମଚାରୀ ଭାରତର ନିର୍ବାଚନ କମିଶନରଙ୍କ ଅଧିନରେ ପରିଚାଳିତ ହେବେ।ତେଣୁ କମିଶନର ଙ୍କ ନିର୍ଦ୍ଦେଶ ମୁତାବକ ନିର୍ବାଚନ କୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା ସହବିନା ଭୟ ବା ପକ୍ଷପାତିତାରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି।ଆଜି ପୂର୍ବାହ୍ନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆଗାମୀ ନିର୍ବାଚନ କୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ଆୟକର ବିଭାଗ, ଜିଏସଟି,ରିଜର୍ଭ ବ୍ୟାଙ୍କର ବିବିଧ ଶାଖା, ଏନସିବି,ଏସ ଏଲ ବି ସେ, ଏଏଆଇ,ଭାରତୀୟ ତଟରକ୍ଷୀ ବାହିନୀ, ଆରପିଏଫ, ସିଆଇଏସଏଫ, ବିଏସଏଫ,ଆସାମ ରାଇଫଲ୍ସ,ଆରକ୍ଷୀ ବିଭାଗ,ଅବକାରୀ ବିଭାଗ,ପରିବହନ ବିଭାଗ, ବେସାମରିକ ବିମାନ ଚଳାଚଳ ଓ ଜଙ୍ଗଲ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ନେଣ ଦେଣ ହେଉଥିଲେ ତାହାକୁ ଅନୁଧ୍ୟାନ କରିବା,ତାହାର ସଠିକତା ଯାଞ୍ଚ କରି ପଦକ୍ଷେପ ନେବା, ସମସ୍ତଙ୍କ ପ୍ରତି ସମଭାବାପନ୍ନ ମନୋଭାବ ପୋଷଣ କରିବା, ସମସ୍ତଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ଏହି ଅଧିକାରୀ ମାନଙ୍କ ତତ୍ତ୍ୱାବଧାନରେ ନିର୍ବାଚନ ଏନଫୋର୍ସମେଣ୍ଟ ଏଜେନ୍ସି କାର୍ଯ୍ୟ କରିବ।ଅର୍ଥ, ମାଦକ ଦ୍ରବ୍ୟ, ଉପହାର ଇତ୍ୟାଦି ସମ୍ପର୍କରେ ଏହି ଏଜେନ୍ସି ମିଳିତ ଭାବେ ଧରପଗଡ଼ କରିବ।ସନ୍ଦିଗ୍ଧ ଘଟଣା, ନେଣଦେଣ ଉପରେ ଏହି ଏଜେନ୍ସି ଦୃଷ୍ଟି ରଖିବା ସହ ନିୟମିତ ଧରପଗଡ଼ କରିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।ତେଣୁ ବିନା ଭୟ ବା ପକ୍ଷପାତିତାରେ ନିର୍ବାଚନ ଅଧିକାରୀ ମାନେ ସେମାନଙ୍କ ଦାୟିତ୍ୱ କୁ ନିରପେକ୍ଷତା ର ସହ ନିର୍ବାହ ପାଇଁ ପରାମର୍ଶ ଦେଇଥିଲେ।ସେହିପରି ସି ଭିଜିଲ ମାଧ୍ୟମରେ ୧୦୦ ମିନିଟ ମଧ୍ୟରେ ଅଭିଯୋଗ ସମସ୍ୟା ର ସମାଧାନ ପାଇଁ ବ୍ୟବସ୍ଥା ଥିବାରୁ ଏହାକୁ ଗୁରୁତର ସହ ଅନୁପାଳନ କରିବାକୁ ଉଭୟ ଜିଲ୍ଲାପାଳ ଓ ଏସପି ନିର୍ଦ୍ଦେଶ ଦେଇଥିଲେ।ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ସମସ୍ତଙ୍କୁ ସ୍ୱାଗତ ସହ ନିର୍ବାଚନ ପରିଚାଳନା ସମ୍ପର୍କରେ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଗୋପୀନାଥ କୁଅଁର,ଡେପୁଟି କଲେକ୍ଟର ନିର୍ବାଚନ ରାକେଶ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
