ସ୍ପେସିଆଲ ସ୍କ୍ୱାର୍ଡ ହାତରେ ହାର୍ଡକୋର ଅପରାଧୀ
ଅସ୍ତରଙ୍ଗ,୧୫/୩- ଅନେକ ଦିନ ଧରି ଅସ୍ତରଙ୍ଗ ଅଞ୍ଚଳ ରେ ଚୋରି ଡକାୟତି ର ପାଦ୍ରୁଭାବ ବଢିଚାଲିଛି, ଏହାକୁ ନେଇ ଅସ୍ତରଙ୍ଗ ଥାନା ରେ ମାମଲା ୠଜୁ ହୋଇଛି, ଏହି ବଡ଼ ବଡ଼ ଚୋରି ପଛରେ ଅସ୍ତରଙ୍ଗ ଅଞ୍ଚଳ ର ଅପରାଧୀ କି ବାହାରୁ କିଏ ଆସୁଛନ୍ତି ତାହା ସମ୍ପୂର୍ଣ୍ଣ ସନ୍ଦେହ ଭିତରେ ରହିଥିବା ବେଳେ, ଅସ୍ତରଙ୍ଗ ଥାନା ଅଧିକାରୀ ଙ୍କ ନେତୃତ୍ୱ ରେ ଅପରାଧୀ ଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ସ୍ପେସିଆଲ ସ୍କ୍ୱାର୍ଡ ଟିମ୍ ଗଠନ କରାଯାଇଛି, ଅସ୍ତରଙ୍ଗ ବ୍ଲକ ବେଗୁନିଆବସ୍ତ ଗ୍ରାମ ର ନିରଞ୍ଜନ ସ୍ୱାଇଁ (ନଣ୍ଡା ), ଯାହା ନାମ ରେ ୮୦ରୁ ଉର୍ଦ୍ଧ ଚୋରି ଡକାୟତି ଭଳି ଅନେକ ଅପରାଧିକ ମାମଲା ରହିଛି ଦୀର୍ଘ ଦିନ ରୁ, ତତପରେ ଏକ ଚୋରି କେଶ ରେ ତାର ସମ୍ପୃକ୍ତି କୁ ନେଇ କିଛି ତଥ୍ୟ ଅସ୍ତରଙ୍ଗ ପୋଲିସ ହାତରେ ଲାଗିଥିଲା, ସେହି ଦୃଷ୍ଟି ରୁ ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିୟାରସିଂ ଙ୍କ ନେତୃତ୍ୱ ରେ ସ୍ପେସିଆଲ ସ୍କ୍ୱାର୍ଡ ଟିମ୍ ଗୁରୁବାର ଦିନ ପାହାନ୍ତିଆ ସମୟ ରେ ବେଗୁନିଆବସ୍ତ ଗ୍ରାମ ରୁ ଉକ୍ତ ଯୁବକ କୁ ଗିରଫ କରିବାରେ ସଫଳ ହୋଇଛି, ଉକ୍ତ ଯୁବକ ର ଡାକ୍ତରୀ ପରୀକ୍ଷା ନିରୀକ୍ଷା କରାଯାଇ ତାକୁ ଅପରାହ୍ନ ସୁଦ୍ଧା କୋର୍ଟ ଚାଲାଣ କରାଯାଇଛି, ଯାହାକୁ ନେଇ ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିୟାରସିଂ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି, ଅସ୍ତରଙ୍ଗ ପୋଲିସ ର ଅପରାଧ ନିୟନ୍ତ୍ରଣ କାର୍ଯ୍ୟପନ୍ଥା ପାଇଁ ବୁଦ୍ଧିଜୀବୀ ମହଲ ରେ ପ୍ରଶଂସା କରାଯାଇଛି l
