ଡ୍ରେନେଜ ବ୍ଯବସ୍ଥା ରେ ଅବହେଳା ଯୋଗୁଁ ୨୫ ନମ୍ବର ଓ୍ବାର୍ଡ ୨୯ ନମ୍ବର ଓ୍ବାର୍ଡ ରେ ୧୦ ହଜାର ରୁ ଅଧିକ ଲୋକ,ଯାତାୟତ ରେ ଅବ୍ୟବସ୍ଥା
ଭଦ୍ରକ ମ୍ୟୁନିସପାଲଟି ର ୨୫ ନମ୍ବର ଓ୍ବାର୍ଡ ଏବଂ ୨୯ ନମ୍ବରଓ୍ବାର୍ଡର ରାସ୍ତାଘାଟର ଅବସ୍ଥା କହିଲେ ନ ସରେ,ଏଠା ରେ ଦଶହଜାର ରୁ ଅଧିକ ଲୋକ ବସବାସ କରୁଥିବା ବେଳେ ୨ଟି ସ୍କୁଲ ଗୋଟିଏ କଲେଜ ରାସ୍ତା ଗୁଜିଦରଡା ପଯ୍ୟନ୍ତ ଲୋକ ଯିବା ଆସିବା କରିଆସୁଛନ୍ତି, ବିଗତ ଦିନରେ ବିଧାୟକ କହିଥିଲେ ଭଦ୍ରକ କୁ ସ୍ମାର୍ଟ ସିଟି କରିବା ପାଇଁ, ଏବଂ ଭଦ୍ରକ ମ୍ୟୁନିସିପାଲଟି ର ଚେୟାରମ୍ୟାନ,ମଧ୍ଯ କହିଥିଲେ ୩୦ଟି ଓ୍ବାର୍ଡ ର ରାସ୍ତାଘାଟ ଡ୍ରେନେଜ ବ୍ୟବସ୍ଥା ସବୁ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ ବିଭିନ୍ନ ଓ୍ବାର୍ଡ ର ରାସ୍ତାଘାଟ ବ୍ୟବସ୍ଥା କହିଲେ ନ ସରେ କିନ୍ତୁ ଭଦ୍ରକ ଜିଲ୍ଲା କୁ କୋଟି କୋଟି ଟଙ୍କାର କାମ ଆସୁଥିବା ବେଳେ ଦେଖିବାକୁ ମିଳିଛି ମ୍ୟୁନିସିପାଲଟି ର ୨୫,୨୯ ନମ୍ବର ଓ୍ବାର୍ଡ ରେ ଲୋକ ରାସ୍ତାରେ ଯିବା ବହୁତ କଷ୍ଟ ହୋଇ ପଡିଛି ,ରାସ୍ତାରେ ଆଣ୍ଠୁଏ ପାଣି ରହିଥିବା ବେଳେ କଲେଜ ପିଲା ସ୍କୁଲ ପିଲା ଦୁର୍ଗନ୍ଧ ପାଣି ରେ ପଡିଯିବାର ଦୃଶ୍ଯ ଲୋକ ଲୋଚନ କୁ ଆସିଅଛି ବିଶେଷ ସୂଚନା ରୁ ଜଣାପଡିଛି, ୨୫ ନମ୍ବର ଓ୍ବାର୍ଡ ର କରୁଣା ମହାନ୍ତି ଘର ଠାରୁ ସରିଫ ଖାଁ ଘର ପଯ୍ୟନ୍ତ ମ୍ୟୁନିସିପାଲଟି ର ଜେଇ (ଲାଲା ବାବୁ)ରାସ୍ତାର ମପା କରି ଟେଣ୍ଡର ହୋଇ ଥିଲା ଦଶ ଲକ୍ଷ ପଇଚାଳିଶ ହଜାର ଟଙ୍କାର ବିଲ ମଧ୍ଯ ପାଶ ହୋଇଯାଇଥିଲା ,କିନ୍ତୁ କାମ ଅଧାରୁ ଛାଡି ଦେଇ ଥିଲେ ଡ୍ରେନେଜ ରେ ପଚାଶ ଘର ର ଲୋକ ମାନେ ଲାଟିନ ବାର୍ଥ ରୁମ ର ପାଇପ ଡ୍ରେନେଜ ରେ ଯୋଡି ଥିବାରୁ ଅଧାରୁ ଡ୍ରେନେଜ ର ଅଳିଆ ପାଣି ରାସ୍ତାଘାଟ ପରିପୂର୍ଣ୍ଣ ହୋଇଯାଇଛି ,ମୁସଲମାନ ମାନଙ୍କ ର ଧର୍ମ ମାସ ଚାଲୁଥିବା ବେଳେ ଅପରିଷ୍କାର ପାଣି ରେ ଯିବା ଆସିବା କଷ୍ଟକର ହୋଇଯାଇଛି ବାରମ୍ବାର ଅଭିଯୋଗ ଦେଲେ ମଧ୍ଯ କୌଣସି ଫଳ ମିଳୁନାହି ଡ୍ରେନେଜ ର କାମ ଅତି ନିମ୍ନ ମାନର ହୋଇ ଥିବାରୁ ଲୋକ ଲୋଚନ କୁ ଆସିଛି । ୨୫ ନମ୍ବର ଓ୍ବାର୍ଡ ର କାଉନସିଲର ଏବଂ ୨୩ ନମ୍ବର ଓ୍ବାର୍ଡ ର କାଉନସିଲର ମ୍ୟୁନିସିପାଲଟି ର ଜେଇ ଲାଲାବାବୁ କୁ ଦାୟୀ କରିଛନ୍ତି ଓ୍ବାର୍ଡ ର ସଦସ୍ଯ ମାନେ ଦୁଇ ଦିନ ଭିତରେ ଯଦି ଦାବି କାଯ୍ୟକାରୀ ନ ହୁଏ ଆଗାମି ଦିନ ରେ କଲେକ୍ଟର ଙ୍କ ଅଫିସ ପାଶ୍ବରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି, ପୁରୁଣାବଜାର ଥାନାରେ ମ୍ୟୁନିସିପାଲଟି ର ଜେଇ ଏବଂ କାଉନସିଲର ଏବଂ ସର୍ଦାର ନାମ ରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି, ।
