ଭାଟିପଡା ରାସ୍ତା ବିପଦ ସଂକୁଳ ଅବସ୍ଥାରେ

_ ବିପଦ ସଂକୁଳ ଅବସ୍ଥାରେ କେଗାଁ ଠୁ ଭାଟିପଡା ରାସ୍ତାକଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଳକର କେଗାଁ ଠାରୁ ଭାଟିପଡା ରାସ୍ତା ବିପଦ ସଂକୁଳ ଅବସ୍ଥାରେ ରହିଥିବା ନେଇ ଅଭିଯୋଗ ହେଉଛି । ଏହି ରାସ୍ତାଟି କେଗାଁ ,ସିନାପାଲି ଦେଇ ମହାଳିଙ୍ଗ କୁରସୁଡ଼ ରାସ୍ତାରେ ସଂଯୋଗ ହୋଇଛି । ରାସ୍ତାରେ ବଡ଼ ବଡ଼ ଗାତ ଗୁଡିକ ସୃଷ୍ଟି ହୋଇଛି |ବଲାଙ୍ଗିର ଓ ନୂଆପଡା ର ଲୋକେ ଏହି ବାଟ ଦେଇ ଯିବା ଆସିବା ମଧ୍ୟ କରନ୍ତି ତତ ସହ କଣ୍ଟାବାଞ୍ଜି ଗୋଟେ ବାଣିଜ୍ୟ କେନ୍ଦ୍ର ଏଣୁ ଏହି ରାସ୍ତା ଯୋଗେ ଅନେକ ଭାରି ଯାନ ମଧ୍ୟ ଯାତାୟାତ କରେ |ରାସ୍ତା ର ଅବସ୍ଥା ପାଇଁ ଅନେକ ଦୁର୍ଘଟଣା ମଧ୍ୟ ହେଉଛି |ଏ ନେଇ କେଂଗା, ସିନାପାଲି ଓ ଭାଟିପଡା ଜନସାଧାରଣଙ୍କ ମଧ୍ୟ ରେ ଉଦବେଗ ପ୍ରକାଶ ପାଇଛି | ଏ ସମର୍କ ରେ ଗ୍ରାମ୍ୟ ନିର୍ମାଣ ବିଭାଗ ଓ ଉପରସ୍ତ ବିଭାଗ କୁ ଜଣେଇଲେ ସେମାନେ ପ୍ରତିଉତ୍ତର ଦେଉଛନ୍ତି କି ଏହି ରାସ୍ତା ଆମ ବିଭାଗ ର ତଦନ୍ତ ଅନ୍ତର୍ଗତ ନୁହେଁ | ତେବେ ଏହା କେଉଁ ବିଭାଗ ର ଅନ୍ତର୍ଗତ ଏବଂ ଜିଲ୍ଲା ପ୍ରଶାସନ କଣ ପଦେକ୍ଷପ ନେଉଛନ୍ତି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି |

Leave a Reply

Your email address will not be published. Required fields are marked *