ରାଜସ୍ୱ ଉପଖଣ୍ଡ ଘୋଷଣା ଦାବିରେ ୨୪ ଘଣ୍ଟିଆ ଘୁ.ଉଦୟଗିରି ବନ୍ଦ ଡାକରା
ରାଇକିଆ, ତା 16/3/24 କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିକୁ ରାଜସ୍ୱ ଉପଖଣ୍ଡ ଘୋଷଣା ଦାବିରେ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୫ଟା ରୁy ୨୪ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଯାହା ଫଳରେ ବାଲିଗୁଡ଼ା ,ବ୍ରହ୍ମପୁର, ଭୁବନେଶ୍ୱର, ଭଞ୍ଜନଗର, ଫୁଲବାଣୀ ଆଦି ସ୍ଥାନକୁ ଗାଡି ଚଳାଚଳ ବନ୍ଦ ରହିଛି।ଘୁ. ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ଦାବି ବହୁଦିନର ହୋଇଥିବା ବେଳେ ଏହି ଦାବିକୁ ରାଜ୍ୟ ସରକାର ଅଣଦେଖା କରିବାରେ ପ୍ରତିବାଦ ସ୍ବରୂପ ଆଜି ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ମୁଣ୍ଡ ଟେକିଛି । ଘୁ.ଉଦୟଗିୟଗିରି ମିଳିତ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟ ରେ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ୨୫ରୁ ଅଧିକ ସଂଘ ଏବଂ ସଂଗଠନ ଯୋଗ ଦେଇ ନିଜ ସମର୍ଥନ ସହ ଦାବି ପୂରଣ ନିମନ୍ତେ ୨୪ଘଣ୍ଟାବନ୍ଦ ଡାକରା ରେ ସାମିଲ ହୋଇଛନ୍ତି।ପ୍ରେସ କ୍ଲବ, କଳିଙ୍ଗା ଯୁବକ ସଂଘ, ଭୀମ ଆର୍ମି, ଓକିଲ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ଅଟୋ ଚାଳକ ସଂଘ, ମଟର ଚାଳକ ସଂଘ, ଡ୍ରାଇଭର ସଂଘ ସମେତ ବହୁ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତୀବ୍ରତର କରିବା ସହ ଦାବି ହାସଲ ନିମନ୍ତେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ସମସ୍ତେ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି। ବନ୍ଦ ଡାକରା ସହ ଏକ ବିଶାଳ ରାଲି ସହର ସାରା ବୁଲିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ଏବଂ ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।
