ବଣିକ ସଙ୍ଘ ସହାୟତା ରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଇକିଆ, ତା 16/3/24 କନ୍ଧମାଳ ଜିଲ୍ଲା ରାଇକିଆ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟ ରେ ରାଇକିଆ ବଣିକ ସଂଘ ସଭାପତି ପଦ୍ମ ଚରଣ ପଣ୍ଡା ଙ୍କ ଆନୁକୂଲ୍ୟ ରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ସୂଚନା ଥାଉ କି ରାଇକିଆ ବଣିକ ସଂଘ ଆନୁକୂଲ୍ୟ ରେ ବିଭିନ୍ନ ସମୟ ରେ ଲୋକାଭିମୁଖୀ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ରକ୍ତ ଦାନ ଏକ ମହତ ଦାନ ଭଳି କାର୍ଯ୍ୟକ୍ରମ ସମ୍ପାଦନ କରିଥିବା ସକାଶେ ରାଇକିଆ ବଣିକ ସଂଘ ରସଭାପତି, ଉପସଭାପତି, ସମ୍ପାଦକ ଙ୍କ ସହିତ ବଣିକ ସଂଘ ର ପ୍ରତ୍ୟେକ ସଦସ୍ୟ ରାଇକିଆ ବ୍ଲକ ର ସମସ୍ତ ଜନସାଧାରଣ ଙ୍କ ପ୍ରିୟଭାଜନ ହୋଇ ହୋଇ ପାରିଛନ୍ତି।ଆଜିର ଏହି କାର୍ଯ୍ୟକ୍ରମ ରେ 41ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ ଡାକ୍ତର, ନର୍ସ ଙ୍କ ସହିତ ସମସ୍ତ କର୍ମଚାରି ସହଯୋଗ କରିଥିଲେ।
