ବେଧଡକ ବେଆଇନ ମୋରମ ଚାଲାଣ

ଖୋର୍ଦ୍ଧା ତହସିଲ ଓ‌ ଜଟଣୀ ତହସିଲ ଅନ୍ତର୍ଗତ ଟାଙ୍ଗିଆ ପଡା,ପାଇତିଗିରିୟା, କୁମାର ବସ୍ତ ଅରାଙ୍ଗ,କାଞିଆମା,ପିତାପଲି ଅଞ୍ଚଳରେ ଚାଲିଛି ବେଧଡକ ବେଆଇନ ମୋରମ ଚାଲାଣ ପ୍ରସାଶନ ସବୁ ଜାଣି ନଜାଣିଲା ପରି ହେଉଛି।ଖଣି ମାଫିଆ ମାନେ ରାତି ହେଲେ ଚଳଚଞ୍ଚଳ ହୋଇ ଉଠନ୍ତି ଜେସିବି ହାଇୱ ଦ୍ଵାର ଶ୍ରହ ଶହ ଟ୍ରିପ୍ ମୋରମ ବାହାରକୁ ଚାଲଣ କରନ୍ତି। ଯଦି କିଏ ଅଭିଯୋଗ କରନ୍ତି ସେମାନଙ୍କୁ ମିଥ୍ୟା ମକଦ୍ଦମା ରେ ପ୍ରଶାସନର ଭୟ ଦେଖାଇ ଫସାଇ ଦେବା ପାଇଁ ଧମକ ଦିଅନ୍ତି। କୁମାର ବସ୍ତ,କାଞିଆମା,ନୁଆଗଁ,ପିତାପଲି ମୈଜାରେ ଏକର ଏକର ଜଙ୍ଗଲ ଜମି ଗୋଚର ଜମି ଖଣି ମାଫିଆ ମାନେ ମୋରମ କାଟି ପଚାଶ ଶହେ ଫୁଟ ଖାଲ କରିବା ଦ୍ବାରା ଗାଇ ଗରୁ ଜଙ୍ଗଲ ଜୀବଜନ୍ତୁ ସେହି ମୋରମ ଖାଦାନରେ ପଡି ମୃତ୍ୟୁବରଣ କରିବା କିଛି

ସମୟରେ ଦେଖିବାକୁ ମିଳିଛି। କିନ୍ତୁ ଏହା ସବୁ ଜାଣିବା ପରେ ଖୋର୍ଦ୍ଧା ଜିଲା ପ୍ରଶାସନ କାହିଁକି ଚୁପ୍ ବସିଛି ନା କାହା ଚାପରେ ଚେପା ହୋଇ ରହିଛି। ନା ମୋଟା ଅଙ୍କର ଟଙ୍କା କାରବାର ହେଉଛି।ଏହା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ବାବଦରେ ଖଣି ଅଧିକାରୀଙ୍କୁ ପଚରାଯିବାରେ ସେ କ୍ୟାମେରା ଆଗରେ କିଛି ନକହିଲେ ମଧ୍ୟ ଜଣାଇଛନ୍ତି କି ସେ ଛଅଟି ଖଣିରେ ୧୪୪ ଜାରି କରିଛନ୍ତି। କିନ୍ତୁ ଖଣି ମାଫିଆ ତାହା ମାନୁ ନାହାଁନ୍ତି। ଏହା ଉପରେ ପୋଲିସ ପଦକ୍ଷେପ ନେବା କଥା।ଖଣି ଅଧିକାରୀ କହିଛନ୍ତି ସେ ଏହି ଖଣି ଖନନକୁ ଜାଣିବା ପରେ ଖୋର୍ଦ୍ଧା ଜିଲା SP ଙ୍କୁ ଏକ ଲିଖିତ ଅଭିଯୋଗ କରିବା ସହିତ ରାତିରେ ଖଣିରେ ଚଢ଼ାଉ ପାଇଁ ତାଙ୍କୁ ଏକ ପ୍ଲାଟୁନ ଫୋର୍ସ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତିି

Leave a Reply

Your email address will not be published. Required fields are marked *