ଜିଲ୍ଲା ଟ୍ୟାକ୍ସବାର ଆସୋସିଏସନ୍ ପକ୍ଷରୁ ବାର୍ଷିକ ଆଲୋଚନା ଚକ୍ର,
*ଜିଲ୍ଲା ଟ୍ୟାକ୍ସବାର ଆସୋସିଏସନ୍ ପକ୍ଷରୁ ବାର୍ଷିକ ଆଲୋଚନା ଚକ୍ର,ଯୋଗଦେଲେ ଓଡିଶା ହାଇକୋର୍ଟର ବିଚାରପତି*ଆଜି ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍ ସଭାପତି ବିବେକାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଆଲୋଚନା ଚକ୍ରରେ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ବି.ଆର ଷଢଙ୍ଗୀ, ଓଡିଶା ଷ୍ଟେଟ୍ ବାର କାଉନସିଲର ଉପାଧ୍ୟକ୍ଷ ରାଜୀବ ମହାନ୍ତି ଓ ବାର କାଉନସିଲ ସଦସ୍ୟ ବିଭୂପ୍ରସାଦ ତ୍ରିପାଠୀ ଅତିଥିଭାବେ ଯୋଗଦେଇ ଦେଶ ଅଭିବୃଦ୍ଧିରେ ଟ୍ୟାକ୍ସର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ l ଏହି ବାର୍ଷିକ ଆଲୋଚନାରେ ଜିଲ୍ଲାରେ ବିଭିନ୍ନ ଅଂଚଳର ଆଇନୀଜୀବି ମାନଙ୍କୁ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଷଢଙ୍ଗୀ ସମ୍ବର୍ଦ୍ଧିତ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ଆଇନୀଜୀବି ଯୋଗଦେଇଥିଲେ
